କୋଭାକ୍ସିନ୍‌ ର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ମିଳିଲାନି ଅନୁମତି

53

ଭାରତର ନିଜସ୍ୱ କରୋନା ଟିକା କୋଭାକ୍ସିନ୍‌କୁ ବର୍ତ୍ତମାନ ଯାଏ ଅନୁମତି ଦେଇନାହିଁ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ I କୋଭାକ୍ସିନ୍‌ ର ଜରୁରୀକାଳୀନ ବ୍ୟବହାର ପାଇଁ ଏପ୍ରିଲ୍ ୧୯ ତାରିଖରେ WHO ପାଖରେ ଆବେଦନ କରିଥିଲା ଭାରତ ବାୟୋଟେକ୍ । ଭାରତ WHO ର ଗ୍ରୀନ ସିଗନାଲ କୁ ଅପେକ୍ଷା କରିଥିଲା I କିନ୍ତୁ ଶେଷରେ ନିରାଶ ହେବାକୁ ପଡିଛି I
ଗତକାଲି ଏ ନେଇ WHOର ବିଶେଷଜ୍ଞ କମିଟି ର ବୈଠକ ବସିଥିଲା। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକସିନର ସମସ୍ତ ରିପୋର୍ଟକୁ ନେଇ ତଜର୍ମା କରିଥିଲା ଏହି କମିଟି । ଏହି ଅବସରରେ ବରିଷ୍ଠ ବୈଜ୍ଞାନିକମାନେ ସମସ୍ତ ଦିଗକୁ ତଜର୍ମା କରିବା ପରେ ଭାରତ ବାୟୋଟେକକୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିଛନ୍ତି । ନଭେମ୍ବର ତିନି ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ। ଏଥିରେ କୋଭାକସିନକୁ ନେଇ ଆଲୋଚନା କରିବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏହା ପୂର୍ବରୁ WHO ମୁଖପାତ୍ର ମାର୍‌ଗ୍ରେଟ୍ ହାରିସ୍ ମିଳିତ ଜାତିସଂଘର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ଯଦି ସବୁକିଛି ଠିକ ରୁହେ ଏବଂ ସବୁକିଛି ଠିକ ହୁଏ, ତେବେ ୨୪ ଘଣ୍ଟା ମଧ୍ୟରେ ଏହି ଟିକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ମିଳିପାରିବ।
ସାରା ବିଶ୍ୱରେ କରୋନା ଭୂତାଣୁକୁ ମାତ୍‌ ଦେବା ପାଇଁ WHO ବର୍ତ୍ତମାନଯାଏଁ ୭ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି। ଏଥିରେ ମଡେର୍ଣ୍ଣା, ଫାଇଜର, ଜନ୍‌ସନ ଆଣ୍ଡ ଜନ୍‌ସନ, ଆଷ୍ଟ୍ରାଜେନେକା, କୋଭିସିଲ୍ଟ, ସିନୋଫୋର୍ସ ଏବଂ ସିନୋବ୍ୟାକ୍‌ ଟିକା ସାମିଲ ଅଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଯାଏଁ ଭରତ ବାୟୋଟେକର କୋଭାକ୍ସିନ ବ୍ୟବହାରକୁ ଆନୁଷ୍ଠାନିକ ଅନୁମୋଦନ ଦେଇନାହିଁ।

Leave A Reply

Your email address will not be published.