ଅପବ୍ୟବହାର ହୋଇପାରିବନି ମହିଳା ସୁରକ୍ଷା ଆଇନ

122

ନୂଆଦିଲ୍ଲୀ:ମହିଳା ସୁରକ୍ଷା ଆଇନର ଅପବ୍ୟବହାର ନେଇ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏସମ୍ପର୍କିତ ତେଲେଙ୍ଗାନା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ନାମରେ  କରିଥିବା ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ସ୍ତ୍ରୀ ଏହାର ଅପବ୍ୟବହାର କରିପାରିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବେଙ୍ଗାଲୁରୁର ଅତୁଲ ସୁବାସଙ୍କ ଆତ୍ମହତ୍ୟା ଚର୍ଚ୍ଚା ଭିତରେ ସୁମ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ବିଏନଏସ ୮୬ ମହିଳାଙ୍କ ସୁରକ୍ଷା ପାଇଁ ରହିଛି । ଏହାର ଅପବ୍ୟବହାର କରିବା ମନା । ବ୍ୟକ୍ତିଗତ କାରଣ ପାଇଁ ଏହାର ଅପବ୍ୟବହାର କରିପାରିବେନି । ଏହି ଆଇନ ବଳରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜୋରିମାନାର ବ୍ୟବସ୍ଥା ରହିଛି । 

Comments are closed, but trackbacks and pingbacks are open.