ବର୍ଣ୍ଣାଢ଼୍ୟ ପରିବେଶରେ ଉଦ୍‌ଘାଟିତ ହେଲା ମହିଳା ପ୍ରିମିୟର୍ ଲିଗ୍‌

23

ପୁରୁଷ କ୍ରିକେଟରଙ୍କ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଥିବା ଆଇପିଏଲ୍‌ (ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌) ଆରମ୍ଭର ଠିକ୍ ୧୫ ବର୍ଷ ପରେ ଶନିବାରଠାରୁ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍‌)ର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଡିୱାଇ ପାଟିଲ ଷ୍ଟାଡିୟମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ଓ କ୍ରିତି ସାନନ ଚମତ୍କାର ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । ଲୋକପ୍ରିୟ ସଂଗୀତ ‘ରଙ୍ଗି ସାରି ଓ ବିଜଲୀ’ର ତାଳେ ତାଳେ କାଏର ଆଡଭାନି ଶନିବାର ସଂଧ୍ୟାର ଏହି ଉତ୍ସବକୁ ମଧ୍ୟ ରୋମାଞ୍ଚିତ କରିଥିଲେ। ଅନ୍ୟତମ ଲୋକପ୍ରିୟ ସଂଗୀତ ବ୍ରାଉନ୍ ମୁଣ୍ଡେ ସହିତ ସୁମର ହାଇ, ଇନ୍‌ସେନ୍ ଏବଂ ଦିଲ ନୁ ଆଦି ଗୀତରେ ଏପି ଧୀଲୋଁ ମଧ୍ୟ ଦର୍ଶକଙ୍କ ମନ କିଣିଥିଲେ।

ଡବ୍ଲ୍ୟୁପିଏଲ ଏବଂ ୫ଟି ଦଳର ଲୋଗୋ ସହ ଅଧିନାୟିକାମାନେ ଉପସ୍ଥିତ ଥିଲେ । ମେଗ ଲାନିଂ, ବେଥ ମୁନୀ, ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା ଏବଂ ଆଲିସା ହିଲିଙ୍କ ସହ ବିସିସିଆଇର ପ୍ରମୁଖ ଅଧିକାରୀ ରୋଜର ବିନ୍ନୀ, ଜୟ ଶାହ, ଅରୁଣ ସିଂ ଧୁମାଲ, ରାଜୀବ ଶୁକ୍ଲା ଓ ଦେବଜିତ ସାଇକିଆଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ କରାଯାଇଥିଲା ।

ଟ୍ରଫି ଉନ୍ମୋଚନ ବେଳେ ହରମନପ୍ରୀତ ଓ ସ୍ମୃତି ପରସ୍ପରକୁ ଆଲିଙ୍ଗନ କରିଥିଲେ । ଭାରତୀୟ କ୍ରିକେଟର ଅନେକ କିମ୍ବଦନ୍ତ୍ରୀ ଉପସ୍ଥିତ ରହିଥିଲେ । ଏହାର କିଛି ସମୟ ପରେ ଉଦଘାନୀ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜ୍ୟାଂଟସ ମଧ୍ୟରେ ଆରମ୍ଭ ହୋଇଥିଲା ।

Comments are closed, but trackbacks and pingbacks are open.