୨୦୨୩ରୁ ୬ ଟିମ୍‌କୁ ନେଇ ଖେଳାଯିବ ମହିଳା ଆଇପିଏଲ୍‌ : ବିସିସିଆଇ

26

ପୁରୁଷଙ୍କ ଭଳି ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହିଳା ଆଇପିଏଲ I ମହିଳା ଆଇପିଏଲ ଆୟୋଜନ ନେଇ ବହୁଦିନ ଧରି ଦାବି ହୋଇ ଆସୁଥିଲେ ହେଁ ବିସିସିଆଇ ଏ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନଥିଲା । ଆସନ୍ତା ୨୦୨୩ରୁ ମହିଳା ଆଇପିଏଲ ଆୟୋଜନ କରିବାକୁ ଯୋଜନା କରିଛି ବିସିସିଆଇ ।

ଶୁକ୍ରବାର ଦିନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ମହିଳା ଆଇପିଏଲ ଆୟୋଜନ କରା ଯାଉ ନ ଥିବାରୁ ଏଥିାଇଁ ବିଭିନ୍ନ ଦିଗରୁ ସମାଲୋଚନା ଶୁଣିବାକୁ ମିଳୁଥିଲା । ତେବେ ଏଥିାଇଁ ବିସିସିଆଇର ର୍ବାିଁକ ସାଧାରଣ ବୈଠକରେ ସ୍ୱିକୃତି ମିଳିବା ଜରୁରି । ତେଣୁ ୨୦୨୩ରୁ ୬ ଦଳକୁ ନେଇ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଅନୁଷ୍ଠିତ କରିବାକୁ ବିଚାର ବିମର୍ଷ ଚାଲିଛି । ଶୁକ୍ରବାର ଦିନ ଆଇପିଏଲର ଗଭର୍ଣ୍ଣଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇ ଥିବା ବେଳେ ଏହି ଅବସରରେ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ଚଳିତ ବର୍ଷ ପୁରୁଷ ଆଇପିଏଲ ମଧ୍ୟରେ ତିନି ମହିଳା ଦଳକୁ ନେଇ ୪ ମ୍ୟାଚ ଅନୁଷ୍ଠିତ ହେବ । ଏହା ମହିଳା ଆଇପିଏଲ ପାଇଁ ରାସ୍ତା ପରିଷ୍କାର କରିବ । ଗତ ବର୍ଷ ଆଇପିଏଲର ଦ୍ୱିତୀୟ ଭାଗ ୟୁନାଇଟେଡକୁ ସ୍ଥାନାନ୍ତର କରାଯିବା ଫଳରେ ମହିଳା ମ୍ୟାଚ ଅନୁଷ୍ଠିତ ହୋଇ ପାରିଲା ନାହିଁ । ତେବେ ୨୦୨୦ରେ ତିନି ମହିଳା ଦଳକୁ ନେଇ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେଣୁ ଖୁବଶୀଘ୍ର ମହିଳା ଆଇପିଏଲ ଆୟୋଜନ ବାବଦରେ ନିଷ୍ପତ୍ତି ନିଆଯିବ । ଏହା ବିସିସିଆଇ ସାଧାରଣ ବୈଠକରେ ଗ୍ରହୀତ ହେଲେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ମହିଳା ଆଇପିଏଲ ପାଇଁ ମିଡିଆ ଅଧିକାର ପ୍ରସଙ୍ଗ ଉପରେ ଆଲେଚନା କରାଯିବ ।

ବର୍ତ୍ତମାନ ବିସିସିଆଇ ପରୀକ୍ଷା ମୂଳକ ଭାବେ ମହିଳା ଟି-୨୦ ଚ୍ୟାଲେଞ୍ଜ ୩ ଟିମକୁ ନେଇ ମ୍ୟାଚ୍‌ ଆୟୋଜନ କରୁଛି। ୨୦୨୧ରେ କରୋନା ପାଇଁ ମହିଳା ଆଇପିଏଲ ଅନୁଷ୍ଠିତ ହୋଇପାରି ନଥିଲେ। ବୋର୍ଡ ପକ୍ଷରୁ ୨୦୧୮ରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା। ପ୍ରଥମ ସିଜନରେ କେବଳ ଗୋଟିଏ ମୁକାବିଲା ହୋଇଥିଲା।

Comments are closed, but trackbacks and pingbacks are open.