ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା

157

ଭୁବନେଶ୍ୱର: ଶଙ୍ଖା ସିନ୍ଦୂର ପିନ୍ଧାଇ ଭୂଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା । ମହିଳାଙ୍କ ମାଡ଼ ରେ ଆହତ ହୋଇ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଆହତ ଭୂଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୁଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ ନୟାଗଡ଼ କାର୍ଯ୍ୟାଳୟ ରେ ପଶି ମାଡ଼ ମାରିଛନ୍ତି ମହିଳା । ଅଧିକାରୀଙ୍କୁ ଚୁଡ଼ି, ଶଙ୍ଖା, ସିନ୍ଦୂର ପିନ୍ଧାଇ ଝାଡୁରେ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା । ଲାଞ୍ଚ ନ ଦେବାରୁ ଦୀର୍ଘ ଦିନ ଧରି ଜମିହରା ଲୋକଙ୍କୁ କ୍ଷତି ପୂରଣ ଦେଉନଥିବା ଅଭିଯୋଗ କରି ମହିଳାମାନେ ମାଡ଼ ମାରିଥିବା ଜଣାପଡିଛି । ମାଡ଼ରେ ଆହତ ହୋଇ ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଙ୍କ ଚାଷଜମି ଅଧିଗ୍ରହଣ କରିଛି ରେଳ ବିଭାଗ । ତେବେ ଲୋକମାନେ ହରାଇଥିବା ନିଜ ଜମିର ମୂଲ୍ୟ ପାଇବାରେ ଅହେତୁକ ବିଳମ୍ବ ହେଉଛି । ତେଣୁ ଏନେଇ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ବାରମ୍ବାର ଅଧିଗୃହିତ ଜମି କ୍ଷତି ପୂରଣ ଟଙ୍କା ପାଇଁ ଲୋକମାନେ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେବାପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ରେଲୱେ ଜମି ଅଧିକରଣ ଟଙ୍କା ପାଇଁ ଆଦିବାସୀ ଅଧ୍ୟୁଷିତ କୁଳୁରୁକୁମ୍ପା ଗାଁର ଜଣେ ମହିଳା ବାରମ୍ବାର ଭୂଅର୍ଜନ ଅଫିସକୁ ଆସୁଥିଲେ । ଆଜି ମହିଳା ଆସି ଅଫିସର ସଞ୍ଜୟ ପଢିଆରିଙ୍କୁ ଦେଖାକରିଥିଲେ । ଅଭିଯୋଗ କ୍ରମେ ମହିଳା ଜଣଙ୍କୁ ତାଙ୍କ ବେଡ଼ ରୁମକୁ ଡାକିଥିଲେ ଅଫିସର । ଏଥିରେ ଏକତ୍ରିତ ହୋଇ ମହିଳାମାନେ ତାଙ୍କୁ ପଚାରି ଥିଲେ । ମହିଳାମାନଙ୍କୁ ଦୁର୍ବ୍ୟବହାର କରିବାରୁ ଝାଡୁ ଓ ଚପଲ ରେ ମାଡ଼ ମାରିଥିଲେ । ସେତିକିରେ ମହିଳାଙ୍କ ରାଗ ଶାନ୍ତ ହୋଇନଥିଲା । ତାଙ୍କୁ ଶଙ୍ଖା ଓ ସିନ୍ଦୂର ପିନ୍ଧାଇଥିଲେ । ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୂଅର୍ଜନ ଅଫିସରଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏ ସମ୍ପର୍କରେ ଟାଉନ ଥାନାରେ କେସ୍ ନଂ-୧୫୮/୨୨ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଜ୍ଞାପରମିତା ଜେନା କହିଛନ୍ତି ।

Comments are closed, but trackbacks and pingbacks are open.