ତତଲା କଡେଇରେ ସିଝୁଛି ସାରା ଓଡ଼ିଶା

61

ଭୁବନେଶ୍ବର: ତତଲା କଡେଇରେ ସିଝୁଛି ସାରା ଓଡ଼ିଶା । ଖରାର ଦାଉ ଏତେ ରହୁଛି ଯେ, ସକାଳ ୧୦ଟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଦିନ ୧୧ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ଝାରସୁହଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । କେନ୍ଦୁଝରରେ ୩୬.୪, ସମ୍ବଲପୁରରେ ୩୬.୨, ରାଉରକେଲାରେ ୩୫.୪ ଓ ହୀରାକୁଦରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଆହୁରି ୨ ଦିନ ଗ୍ରୀଷ୍ମ ପ୍ରବାହ। ଆଜି ଗ୍ରୀଷ୍ମ ଲହରୀ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୮ ତାରିଖ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ । ରାଜ୍ୟରେ ଏଭଳି ହିଟ ୱେଭ ଓ ୱାର୍ମ ନାଇଟ ଲାଗି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବୋଚ୍ଚ ତାମମାତ୍ରା ସ୍ବାଭାବିକ ଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ୧୮ ତାରିଖ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Comments are closed, but trackbacks and pingbacks are open.