ଭାରତର ଭୁଲ ମାନଚିତ୍ର ପ୍ରଦର୍ଶନ କୁ ନେଇ WHO ପକ୍ଷରୁ ଡିସକ୍ଲେମର ଜାରି

15

WHO ର କରୋନା ଅପଡେଟ ୱେବ୍ସାଇଟ ରେ ଭାରତର ଭୁଲ ମାନଚିତ୍ର ପ୍ରଦର୍ଶନ କରାଯାଇଥିଲା I ଏହାପରେ ତୃଣମୁଳ କଂଗ୍ରେସ ସାଂସଦ ଡା. ଶାନ୍ତନୁ ସେନ୍ ଏକ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ Iଏହାକୁ ନେଇ ଭାରତ ର କଡା ଆପତ୍ତି ପରେ ଭୋ ପକ୍ଷରୁ ଏକ ସ୍ପଷ୍ଟୀକରଣରେ ଦିଆଯାଇଛି I
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟରେ ଜାମ୍ମୁ -କାଶ୍ମୀର କୁ ପାକିସ୍ତାନ ଏବଂ-ଅରୁଣାଚଳ ପ୍ରଦେଶ କୁ ଚୀନ୍‌ର ଅଂଶ ଭାବରେ ଦର୍ଶାଇବାରୁ ଭାରତ ଏହାର ଦୃଢ ବିରୋଧ କରିଥିଲା I ଏହି ପ୍ରସଙ୍ଗ କୁ ଭାରତ ସରକାର ହୁ ସମ୍ମୁଖରେ ଉଠାଇବା ସହ ସଂସଦରେ ମଧ୍ୟ ନିଜର ବିବୃତ୍ତି ରଖିଥିଲେ । ସୋମବାର ଏହାର ସୂଚନା ଦେଇଛନ୍ତି ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି ମୂରଲୀଧରଣ।
ଭାରତର ତୀବ୍ର ଆପତ୍ତି ପରେ ହୁ ନିଜର ଡିସକ୍ଲେମର ଜାରି କରିଛି। ବୈଦେଶିକ ମନ୍ତ୍ରୀ ଭି ମୁରଲୀଧରଣ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, ହୁର ଓ୍ଵେବସାଇଟ୍‌ରେ ଭାରତର ମାନଚିତ୍ରକୁ ଭୁଲ୍ ଭାବେ ଚିତ୍ରଣ କରାଯିବା ପ୍ରସଙ୍ଗରେ ଭାରତ ତୀବ୍ର ଆପତ୍ତି ପ୍ରକାଶ କରିଛି। ମନ୍ତ୍ରୀ କହିଛନ୍ତି, ଭାରତ ସରକାର ସର୍ବଦା ନିଜର ସୀମାକୁ ନେଇ ସ୍ପଷ୍ଟ ରହି ଆସିଛି। ହୁ ମଧ୍ୟ ସୀମାକୁ ସଠିକ ଚିତ୍ରଣ ଉପରେ ଭାରତ ସରକାରଙ୍କ ସ୍ଥିତିକୁ ସ୍ପଷ୍ଟ ଭାବେ ଦୋହରାଇଛି।
ଜେନେଭାସ୍ଥିତ WHO ର ସ୍ଥାୟୀ ମିଶନ ସୂଚନା ଦେଇଛି ଯେ ସେମାନେ ନିଜ ପୋର୍ଟାଲରେ ଏକ ସ୍ପଷ୍ଟୀକରଣ ଦେଇଛନ୍ତି | ଏଥିରେ ଦର୍ଶାଯାଇଛି ଯେ ଏହି ସମସ୍ତ ଉପସ୍ଥାପନା WHO ଅଧିକାରୀ କିମ୍ବା ସଂଗଠନର କୌଣସି ସମ୍ପୃକ୍ତି ନାହିଁ I କେବଳ ବିନ୍ଦୁ ଏବଂ ରେଖା ସାହାଯ୍ୟରେ ମାନଚିତ୍ରରେ ଆନୁମାନିକ ସୀମା ରେଖା ଦର୍ଶାଯାଇଥାଏ I

Leave A Reply

Your email address will not be published.