ଆମେରିକା ଆଉ ଶୀତଳ ଯୁଦ୍ଧ ଚାହୁଁନି :ବାଇଡେନ୍

125

ଚୀନ ସହ ବଢ଼ୁଥିବା ତିକ୍ତତାକୁ ନେଇ ଜାତିସଂଘ ସାଧାରଣ ସଭାରେ ଉଦବୋଧନ ଦେଇ ଆମେରିକା ରାଷ୍ଟ୍ରପତ୍ତି ବାଇଡେନ୍ କହିଛନ୍ତି କି ଆମେରିକା ଆଉ ଶୀତଳ ଯୁଦ୍ଧ ଚାହୁଁନି ,ଆମେ ଶାନ୍ତିପୂର୍ଣ୍ଣ ସହକାରେ ସୌହାର୍ଦ୍ଧ୍ୟର ମନୋଭାବ ରେ କାମ କରିବାକୁ ଚାହୁଁଚୁ I ଆମେରିକା ଓ ଚୀନ୍‌ ଭିତରେ ଥିବା ତିକ୍ତତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବାଇଡେନ୍। ବାଇଡେନ କହିଛନ୍ତି ଯେ, ଆମେ ଆଉ ଶୀତଳ ଯୁଦ୍ଧ ଚାହୁଁ ନାହୁଁ କି ବିଶ୍ୱକୁ ବିଭକ୍ତିକରଣ କରି ଯୁଦ୍ଧ ଚାହୁଁ ନାହୁଁ। ଶାନ୍ତିପୂର୍ଣ୍ଣ ସହାବସ୍ତାନରେ କାମ କରିବାକୁ ଆମେରିକା ରାଜି ଅଛି। କାରଣ ଆମର ବିଫଳତାର ପରିଣାମ ଆମେ ସମସ୍ତେ ଭୋଗୁଛୁ। ଗତ ମାସରେ ଆଫଗାନିସ୍ତାନରେ ଆମେରିକା ସହ ଲମ୍ବା ସମୟ ଯୁଦ୍ଧର ଅନ୍ତ ନେଇ ରାଷ୍ଟ୍ରପତି ବାଇଡେନ୍ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଆମେ ଆଫଗାନିସ୍ତାନରେ ୨୦ ବର୍ଷର ବିବାଦ ସମାପ୍ତ କରିଛୁ। ସେ ଆହୁରି କହିଛନ୍ତି ଯେ, ଆମେ ଏହି ନିରନ୍ତର ଯୁଦ୍ଧର ଅନ୍ତଘଟାଇ ଏବେ ବିକାଶର ନୂଆ ସମ୍ଭାବନାର ଦିଗକୁ ଖୋଜୁଛୁ। ଯେଉଁଥିରେ ବିଶ୍ୱର ସମସ୍ତଙ୍କର ମଙ୍ଗଳ ହେବ। ଆମେରିକାର ଏହି ବିଫଳ ରଣନୀତି ଦେଖି ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ବାଇଡେନ୍ ଙ୍କୁ ଖୁବ ତିରସ୍କାର କରିଥିଲେ I

Leave A Reply

Your email address will not be published.