କରୋନା ମହାମାରୀ ରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ର ହେଉଛି ଆମେରିକା

22

କରୋନା ମହାମାରୀ ରେ ବିଶ୍ୱରେ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ର ହେଉଛି ଆମେରିକା ଇପ୍ରଥମ ଓ ଦ୍ଵିତୀୟ ଲହର କରୋନା ମହାମାରୀରେ ଆମେରିକାରେ ୭ଲକ୍ଷ ଟପିଛି ମୃତ୍ୟୁ ସଂଖ୍ୟା ।ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଶେଷ ୩ମାସରେ ଲକ୍ଷେ ଲୋକଙ୍କୁ ହରାଇଛି , ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଗତ ଅଗଷ୍ଟ ମାସରେ ୫୫ ବର୍ଷରୁ କମ ବୟସର ସବୁଠୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କୋଭିଡ ସଂକ୍ରମଣରେ ଆମେରିକାରେ ମୋଟ ୭ ଲକ୍ଷ ୧୮ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଛି ।ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ ଟିକା ନେଇ ନ ଥିବା ଆମେରିକା ପକ୍ଷରୁ କୁହାଯାଇଛି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସବୁଠୁ ଅଧିକ ଟିକାକରଣ ସତ୍ୱେ ବି କୋଭିଡ ମୃତ୍ୟୁ ସଂଖ୍ୟାରେ ଆମେରିକାରେ ବିଶ୍ୱରେ ୧ ନମ୍ବରରେ ରହିଛି । ଦ୍ୱିତୀୟରେ ବ୍ରାଜିଲ ରହିଥିବା ବେଳେ ତୃତୀୟରେ ରହିଛି ଭାରତ । ବ୍ରାଜିଲରେ ମୋଟ ୫ ଲକ୍ଷ ୫୭ ହଜାର ୨୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ ୪ ଲକ୍ଷ ୪୮ ହଜାର ୬୦୫ ଲୋକଙ୍କ ଜୀବନ ନେଇଛି କରୋନା । ତେବେ କରୋନା ମହାମାରୀ ଆମେରିକା ପାଇଁ ସବୁଠୁ ଘାତକ ସାଜିଛି ।୧୯୧୮ ଏବଂ ୧୯୧୯ରେ ହୋଇଥିବା ଇନଫ୍ଲୁଏଞ୍ଜା ରେ ମୃତ୍ୟୁ ଠାରୁ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । ବିଶ୍ୱରେ କରୋନା ସଂକ୍ରମଣରେ ମୋଟ ୪୮ ଲକ୍ଷ ୫ ହଜାର ୮୯୦ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ମୋଟ ୪ କୋଟି ୪୪ ଲକ୍ଷ ୪୩ ହଜାର ୪୦୫ ଜଣ କରୋନା ସଂକ୍ରମିତ ଙ୍କ ମଧ୍ୟରୁ ୩ କୋଟି ୩୮ ଲକ୍ଷ ୧୬ ହଜାର ୪୯୪ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.