ଆଫଗାନ ମାଟିରୁ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର କଲା

44

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନ ମାଟି ଛାଡିଲେ ଆମେରିକା ସୈନ୍ୟ Iଆମେରିକା ଉପରେ ଅଲ-କାଏଦାର ଆକ୍ରମଣ ପରେ ୧୧ ସେପ୍ଟେମ୍ବର ୨୦୦୧ ମସିହା ପରେ ଆଫଗାନିସ୍ତାନ ମାଟିରେ ପାଦ ଦେଇ ଆରମ୍ଭ କରିଥିବା ଆତଙ୍କବାଦୀ ନିପାତ ଅଭିଯାନ ର ଗତକାଲି ବିଳମ୍ବିତ ରାତିରେ ପୂର୍ଣ୍ଣଛେଦ ପଡିଛି I

ଆଫଗାନିସ୍ତାନ ଛାଡ଼ିବା ନିମନ୍ତେ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏପରି ଘୋଷଣା କଲେ ଆମେରିକାର ଜେନେରାଲ କେନେଥ ମେଙ୍କେଜୀ ଆଫଗାନିସ୍ତାନ ଉପରେ ତାଲିବାନୀ କବ୍ଜା ପରେ ସେଠାରେ ଦେଖାଦେଇଥିବା ଭୟ ଓ ଅସ୍ଥିରତା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ନିଜ ସୈନ୍ୟଙ୍କୁ ଆଉ ବିପଦରେ ପକାଇବାକୁ ଚାହିଁଲା ନାହିଁ ବୋଲି ବର୍ତ୍ତମାନ ର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି I
ଏଥିସହ ଦୀର୍ଘ ୨ ଦଶନ୍ଧି ଧରି ଆଫଗାନିସ୍ତାନ ମାଟିରେ ଆତଙ୍କବାଦୀ ବିରୋଧରେ ଆମେରିକା ଚଳାଇଥିବା ଅଭିଯାନ ଶେଷ ହୋଇଥିବା ସମ୍ପର୍କରେ ଔପଚାରିକ ଭାବେ ସମଗ୍ର ବିଶ୍ୱକୁ ସେ ଅବଗତ କରାଇଛନ୍ତି । ଆମେରୀକିୟ ସୈନ୍ୟ ଆଫଗାନିସ୍ତାନ ମାଟି ଛାଡିବା ନିମନ୍ତେ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଡେଡଲାଇନ୍‌ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହାର ଦିନକ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଆମେରିକାର ଶେଷ ୩ ଯୁଦ୍ଧ ବିମାନ ଆଫଗାନିସ୍ତାନରୁ ଉଡ଼ାଣ ଭରିବା ସହ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନୀ ମାନେ ସାରା ରାତି ଫାଙ୍କ ରେ ଗୁଳି ଚାଳନା କରି ଖୁସି ମନାଇଛନ୍ତି I
ଆମେରିକା ର ଏଭଳି ଅପ୍ରତ୍ୟାଶିତ ଭାବରେ ସୈନ୍ୟ ଅପସାରଣ କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନଙ୍କ ପ୍ରଶାସନକୁ ଜୋରଦାର ସମାଲୋଚନା କରି କହିଛନ୍ତି କି ,”ଆମେରିକା ର ଇତିହାସରେ ଯୁଦ୍ଧ ସମୟରେ ​‌ସୈନ୍ୟ ଅପସାରଣ ଏଭଳି ଅବ୍ୟବସ୍ଥିତ ଢ଼ଙ୍ଗରେ କେବେ ବି ହୋଇନଥିଲା ଯାହା ବାଇଡେନଙ୍କ ନେତୃତ୍ବାଧୀନ ସରକାର କରିଛି” । କାବୁଲରୁ ଆମେରିକାର ସୈନିକଙ୍କୁ ନେଇ ଶେଷ ବିମାନ ଉଡ଼ାଣ ଭରିବା ପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା ମିଳିଛି। ସେ ଆହୁରି କହିଛନ୍ତି କି ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ଆମେରିକା ଯୁଦ୍ଧର ଅନ୍ତ ଘଟିଲା। ଯାହାକି ୯/୧୧ ଆକ୍ରମଣର କିଛି ସପ୍ତାହ ପରେ ଆରମ୍ଭ କରାଯାଇଥିଲା ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ‘ସମସ୍ତ ସୈନ୍ୟ ଉପକରଣକୁ ଆମେରିକା ଫେରାଇ ଆଣିବା ଜରୁରୀ। ସେସବୁ ଉପକରଣର ଦାମ ୮୫ ବିଲିୟନ୍‌ ଆମେରିକୀୟ ଡଲାର ହେବ। ଯଦି ତାହାକୁ ଫେରସ୍ତ ଅଣାଯାଇପାରି ନାହିଁ ତେବେ ସୈନ୍ୟ ବଳ ସହ ସେଠାକୁ ଯାଇ ଉପକରଣ ପ୍ରାପ୍ତ କରିବାର ଆବଶ୍ୟକତା ରହିଛି। ଅତିକମରେ ବୋମାଗୁଡ଼ିକୁ ସେଠାରୁ ନେଇ ଆସିବା ନିହାତି ଦରକାର। କେହି ବି ଏମିତି ମୁର୍ଖତା କେବେ କରିବାକୁ ଭାବିନଥିଲେ।’
ଏହାକୁ ଦୁର୍ବଳ ମାନସିକତାର ଆଖ୍ୟା ଦେଇଛନ୍ତି ଡୋନଲ୍ଡ ଟ୍ରମ୍ପ। ଏହା ବ୍ୟତୀତ ଆମେରିକାର ପୂର୍ବତନ ବରିଷ୍ଠ ରାଷ୍ଟ୍ରଦୂତ ନିକ୍କି ହେଲି ଏହାକୁ ଲଜ୍ଜାଜନକ ପ୍ରତ୍ୟବାର୍ତ୍ତନ ବୋଲି କହିଛନ୍ତି। ଆଫଗାନର ସହଯୋଗୀଙ୍କୁ ଆତଙ୍କବାଦୀ ସଂଗଠନ ଶାସନର ଭରସାରେ ଛାଡ଼ି ଚାଲିଆସିଥିବା ନେଇ ବାଇଡେନଙ୍କୁ ସେ ଟାର୍ଗେଟ କରିଛନ୍ତି। ଆଫଗାନିସ୍ତାନରୁ ସେନା ଅପସାରଣ କେବଳ ରୁଷ ଏବଂ ଚୀନକୁ ଖୁସି କରିଛି। ଯଦି ଆଫଗାନର ସହଯୋଗୀ ଦେଶର କିଛି ବି କ୍ଷତି ହୁଏ ବାଇଡେନ୍‌ ଦୋଷୀ ହେବେ ବୋଲି ନିକ୍କି ଅଭିଯୋଗ କରିଛନ୍ତି। ଏହା ସହ ବାଇଡେନଙ୍କ ଆମେରିକା ବିଦେଶ ନୀତି ଗୁରୁତର ପ୍ରଭାବିତ ହୋଇପାରେ ବୋଲି ନକ୍କି ହେଲି କହିଛନ୍ତି।
ଆମେରିକୀୟ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ କି ଋଣନୀତି ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ UNSCରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ତାଲିବାନ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ନେଇ UNSCରେ ସହମତି ପ୍ରକାଶ ପାଇଛି । ଏଥିସହ ଆଫଗାନ ଓ ଅନ୍ୟ ଦେଶର ନାଗରିକଙ୍କଙ୍କ ଆତଯାତରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ ତାଲିବାନକୁ କୁହାଯାଇଛି। ଏଥିସହ ପ୍ରତିଶ୍ରୁତି ଅନୁସାରେ ନାଗରିକଙ୍କୁ ସ୍ୱାଧୀନତା ପ୍ରଦାନ କରିବା ନେଇ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି।

Leave A Reply

Your email address will not be published.