ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲା ବ୍ରିଟେନ୍‌

33

ବ୍ରିଟେନ୍‌ ତା’ର ଯାତ୍ରା ନିୟମରେ ପରିବର୍ତ୍ତନ କରିଛି I ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ରେ କୁହାଯାଇଛି ଯେ ଏଣିକି ଦୁଇଟି ଡୋଜ ଟିକା ନେଇସାରିଥିଲେ ମଧ୍ୟ ଭାରତୀୟ ମାନେ ୧୦ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବେ ।
ଭାରତୀୟ ଯାତ୍ରୀଙ୍କ ଡବଲ ଡୋଜ ଟିକାକୁ ତାଙ୍କ ଦେଶ ଗ୍ରହଣ କରିବ ନାହିଁ। ଏହା ବାଦ ବ୍ରିଟେନ ସରକାର କହିଛନ୍ତି ଯେ ଯଦି ଆଫ୍ରିକା, ଦକ୍ଷିଣ ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ଭାରତ, ତୁର୍କୀ, ଜୋର୍ଡାନ, ଥାଇଲ୍ୟାଣ୍ଡ, ଋଷ ସମେତ ଅନ୍ୟ ଦେଶରେ ଟିକାକରଣ କରାଯାଇଛି, ତେବେ ସେହି ଟିକା ଗ୍ରହଣୀୟ ନୁହେଁ । ସେମାନଙ୍କୁ କ୍ୟାରେଣ୍ଟାଇନ ନିୟମ ମାନିବାକୁ ପଡ଼ିବ।
ଯେଉଁ ଯାତ୍ରୀ ଇଂଲଣ୍ଡ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ୩ ଦିନ ପୂର୍ବରୁ କରୋନା ଟେଷ୍ଟ କରିବାକୁ ପଡିବ। ଇଂଲଣ୍ଡ ପହଞ୍ଚିବାର ଦ୍ୱିତୀୟ ଦିନ ଏବଂ ଅଷ୍ଟମ ଦିନରେ ପୁଣି କରୋନା ଟେଷ୍ଟ କରିବାକୁ ପଡିବ। ଇଂଲଣ୍ଡରେ ପହଞ୍ଚିବାର ଶେଷ ୪୮ ଘଣ୍ଟା ମଧ୍ୟରେ ଯାତ୍ରୀ ଲୋକେଟର୍ ଫର୍ମ ପୂରଣ କରିବେ। ଏହାପରେ ଘରେ କିମ୍ବା ହୋଟେଲରେ ଯାତ୍ରୀ ରହୁଥିଲେ ସେଠାରେ ୧୦ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ହେବ। ସେହି ସ୍ଥାନ ଛାଡିବା ପୂର୍ବରୁ କୋଭିଡ ଟେଷ୍ଟ କରିବେ।
ବ୍ରିଟେନର ଏହି ଯାତ୍ରା ନିୟମକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ନୀଳ, ଏମ୍ବର ଏବଂ ଲାଲ। ଭାରତକୁ ଏମ୍ବର ଶ୍ରେଣୀରେ ରଖାଯାଇଛି। ଏହି ନିମୟ ବ୍ରିଟେନ୍‌କୁ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଟିକାକରଣ ସ୍ଥିତି ଉପରେ ନିର୍ଭର କରିବ।
ସେପଟେ ବ୍ରିଟେନର ଏହି ନୂଆ ଯାତ୍ରା ନିୟମକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତ, ‘କୋଭିସିଲ୍ଡ ଟିକାକୁ ମୂଳ ରୂପେ ବ୍ରିଟେନ୍‌ରେ ବିକଶିତ କରାଯାଇଛି। ପୁଣେ ସ୍ଥିତ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଏହି ଟିକାକୁ ବ୍ରିଟେନକୁ ମଧ୍ୟ ଯୋଗାଇଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ବିଚିତ୍ର ଅଟେ। ଏଥିରୁ ଜାତିଭେଦର ଗନ୍ଧ ବାରି ହୋଇପଡୁଛି ବୋଲି ସେ କହିଛନ୍ତି।’

Leave A Reply

Your email address will not be published.