ଓମିକ୍ରୋନର ଭୟାବହତା କୁ ନେଇ କେନ୍ଦ୍ରଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶାବଳୀ ଜାରି କଲେ

17

କରୋନା ଭାଇରସ୍ ର ନୂତନ ପ୍ରଜାତି, ଓମିକ୍ରନ୍ ର ଭୟାବହତା କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗମ୍ଭୀର ଭାବରେ ବିଚାରକୁ ନେଇଛି I ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଆଡ଼ଭାଇଜୋରି ପଠାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ନିର୍ଦେଶ ଦେଇଛି ଯେ ବିଦେଶୀ ଯାତ୍ରୀ ମାନେ ତଥା ଯେଉଁ ଭାରତୀୟ ମାନେ ବିଦେଶରୁ ସେହି ବ୍ୟକ୍ତିଙ୍କ ସମ୍ପର୍କ ରେ ସମସ୍ତ ରାଜ୍ୟ ମାନେ ସଠିକ ଅନୁସନ୍ଧାନ କରି ଏକ ଲିଷ୍ଟ ପ୍ରସ୍ତୁତ କରିବା ସହିତ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କରିବା ଉଚ୍ଚିତ ଇ
ଏହାପୂର୍ବରୁ ନଭେମ୍ବର ୨୫ ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ଆଡ଼ଭାଇଜୋରି ଜାରି କରିଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଡିସେମ୍ବର ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସେହିପରି କୋଭିଡ ଗାଇଡ଼ ଲାଇନ କୁ କଡାକଡି ପାଳନ କରାଯିବା ଉଚିତ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି I

ନିକଟରେ କର୍ଣ୍ଣାଟକର ବେଙ୍ଗାଲୁରୁକୁ ଦୁଇ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି। ଉଭୟଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି I ଏହି ନମୁନାଗୁଡିକ ମଧ୍ୟରୁ ଗୋଟିଏରେ, ଡେଲ୍ଟା ଭାରୀଏଣ୍ଟ ଜଣାପଡିଥିବାବେଳେ , ଅନ୍ୟ ନମୁନାଟି ଡେଲ୍ଟା ଠାରୁ ଭିନ୍ନ ଅଛି, ଯାହା ଓମିକ୍ରନ୍ ବୋଲି ଭୟ କରାଯାଉଛି | ଏହି ମାମଲା ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ସରକାର, କେନ୍ଦ୍ର ସରକାର ଏବଂ ଆଇସିଏମଆର ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ୱିତେବେ I CMR ରରିପୋର୍ଟ କୁ ଅପେକ୍ଷା କରାଯାଇଛି |
ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ଭାରତରେ କରୋନାର ଏକ ନୂତନ ପ୍ରକାର ଓମିକ୍ରନ୍‌ର କୌଣସି ଆକ୍ରାନ୍ତ ସମସ୍ୟା ଏ ପର୍ଯ୍ୟନ୍ତ ସାମ୍ନା କୁ ଆସି ନାହିଁ ତଥାପି ଆମକୁ ସତର୍କ ରହିବାକୁ ପଡିବ I

Leave A Reply

Your email address will not be published.