କୁତବ ମୀନାର ପରିସର ଖୋଳା ହେବା ନେଇ ଏଏସଆଇକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ

148

ଗତ କିଛି ଦିନ ମଧ୍ୟରେ କୁତବ ମିନାର ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ଦାବି କରାଯାଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଏହି ଐତିହାସିକ ଭବନ କୁତବ ମିନାର କୁ ଜଣେ ହିନ୍ଦୁ ଶାସକ ଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହା ଏକ ଵୈଦ୍ୟ ଶାଳା ଅଟେ I ଏହି ଦାବିଗୁଡିକ ପରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ସତ୍ୟ ଜାଣିବା ପାଇଁ କୁତବ ମିନାର ପରିସର ଖନନ କରାଯାଉ । ଏହି ସବୁ ବିବାଦ ଭିତରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କୁତବ ମୀନାର ପରିସରରେ ଖନନ କାର୍ଯ୍ୟ କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ(ଏଏସଆଇ)କୁ ନିର୍ଦେଶ ଦେଇଛନ୍ତି।
କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ।

କୁତବ ମୀନାର ପରିସରରେ ଖନନ କରାଯିବାପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍‌ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବ। ଅଧିକାରୀଙ୍କ ସହ ଯାଞ୍ଚ କରିବା ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ, କୁତବ ମୀନାରର ଦକ୍ଷିଣରେ ଏବଂ ମସଜିଦଠାରୁ ୧୫ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। କେବଳ କୁତବ ମୀନାର ନୁହେଁ, ଅନଙ୍ଗତାଲ ଏବଂ ଲାଲକୋଟ ଦୁର୍ଗରେ ମଧ୍ୟ ଖନନ କାର୍ଯ୍ୟ କରାଯିବ।
କୁତବ ମୀନାର କମ୍ପ୍ଲେକ୍ସରେ ଖୋଳିବା କାମ ଆରମ୍ଭ କରିବାର ନିଷ୍ପତ୍ତି ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ୧୨ ଜଣିଆ ଟିମ୍ ସହିତ ଯାଞ୍ଚ କରିଥିଲେ। ଏହି ଦଳରେ ୩ ଐତିହାସିକ, ୪ ASI ଅଧିକାରୀ ଏବଂ ଅନୁସନ୍ଧାନକାରୀ ଥିଲେ। ଏହି ପରିପ୍ରେକ୍ଷୀରେ, ASI ଅଧିକାରୀ କହିଛନ୍ତି, ‘୧୯୯୧ମସିହାରୁ କୁତବ ମୀନାରରେ ଖନନ କାର୍ଯ୍ୟ କରାଯାଇ ନାହିଁ। ଏଥିସହ ଅନେକ ରିସର୍ଚ୍ଚ କରିବା ବାକି ରହିଛି। ଏହି କାରଣରୁ ପରିସରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।’

ଉଲ୍ଲେଖଯୋଗ୍ୟ ଯେ, କୁତବ ମୀନାର ନିର୍ମାଣକୁ ନେଇ ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ। ସୂର୍ଯ୍ୟର ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ଦାବି କରିଥିଲେ।

ନିକଟରେ କୁତବ ମୀନାରର ନାଁ ବଦଳାଇବା ପାଇଁ ମଧ୍ୟ ଦାବି ହୋଇଥିଲା। ଏହାପରେ କିଛି ହିନ୍ଦୁ ସଙ୍ଗଠନର କର୍ମୀ ସେଠାରେ ହନୁମାନ ଚାଳିଶା ପାଠ କରିଥିଲେ। ହିନ୍ଦୁ ସଙ୍ଗଠନ କୁତବ ମୀନାରର ନାଁ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖିବା ପାଇଁ ଦାବି କରିଥିଲେ।

Comments are closed, but trackbacks and pingbacks are open.