ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରିବାକୁ ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ

96

ଭୁବନେଶ୍ୱର: ଓଡ଼ିଶାରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିବାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଶ୍ରୀ ବୈଷ୍ଣବ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ମାଆ ଭଉଣୀମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରୁ ଊର୍ଦ୍ଧ୍ୱ ହୋଇଛି। ଓଡିଶାରେ ମହିଳା ସଶକ୍ତିକରଣ ପ୍ରତି ରାଜ୍ୟ ସରକାର ନେଇଥିବା ସଂକଳ୍ପ ଏବେ ବାସ୍ତବତା ଦିଗକୁ ଅଗ୍ରସର ହେଉଛି।’’ କେନ୍ଦ୍ର ମନ୍ତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପୂରଣ କରି ଓଡ଼ିଶା ସରକାର ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ପ୍ରତ୍ୟେକ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ବାର୍ଷିକ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ମିଳିବ। ୫ଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଦ୍ୱିତୀୟ କିସ୍ତି ସହାୟତା ବିତରଣ କରାଯାଉଛି।

Comments are closed, but trackbacks and pingbacks are open.