ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

17

ଭୁବନେଶ୍ୱର, ନଭେମ୍ବର ୧୭ – ଭାରତର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା(ଆଇଓଏସଆର)ର ଅଧ୍ୟକ୍ଷ ଅବସର ବେଉରିଆଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଶ୍ରୀ ବେଉରିଆ ଜଣେ ସ୍ନେହୀ ଓ ଅମାୟିକ ବ୍ୟକ୍ତିତ୍ୱ ସ୍ୱଭାବର ଥିଲେ । ନିକଟରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚନ ସମୟରେ ତାଙ୍କ ସହ ମୋର ସାକ୍ଷାତ୍ ହୋଇଥିଲା । ଆଜି ତାଙ୍କ ନିଧନ ଖବରକୁ ମୁଁ ସହଜରେ ବିଶ୍ୱାସ କରିପାରୁନାହିଁ । ଭାରତୀୟ ରାଷ୍ଟ୍ରଦୂତ ଭାବରେ ତାଙ୍କର କାର୍ଯ୍ୟ ଅକଳ୍ପନୀୟ ଥିଲା । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଙ୍କର ଉଦ୍ୟମ ସବୁ ଦିନ ପାଇଁ ସ୍ମରଣୀୟ ହୋଇରହିବ। କେନ୍ଦ୍ରମନ୍ତ୍ରୀ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Comments are closed, but trackbacks and pingbacks are open.