ମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

22

ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଅଛନ୍ତି ଇ ମନ୍ତ୍ରୀ ଦାରିଙ୍ଗିବାଡିରୁ ତୁମିଡ଼ିବନ୍ଧ ଅଭିମୁଖେ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡି କାର୍ଯ୍ୟାଳୟ ଆଗରେ ତାଙ୍କୁ ସ୍ୱାଗତ କରିବାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ମନ୍ତ୍ରୀଙ୍କ ଉପସ୍ଥିତିରେ ବାଲିଗୁଡା ବ୍ଲକ ବିଜେଡି ଓ ନଗର ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ବେଳେ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ସେ ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାସୁଝା କରିଥିଲେ। କହିଥିଲେ, ଗଣ୍ଡଗୋଳ ଓ ଦାଦାଗିରି ବନ୍ଦ କରନ୍ତୁ, ନହେଲେ ମୁଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବି ନାହିଁ।
ସୂଚନାଯୋଗ୍ୟ, ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ଗତକାଲି ସେ ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଆୟୋଜିତ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

Leave A Reply

Your email address will not be published.