ନିର୍ମାଣାଧୀନ ଟନେଲ ଭୁସୁଡ଼ିଲା : ମାଟି ତଳେ ଚାପି ହୋଇ ଗଲେ ବହୁ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

16

ଶନିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶ କାଟନି ଜିଲ୍ଲାରେ ଘଟିଛି ବଡ଼ ଦୁର୍ଘଟଣା । ସେଠାରେ ନର୍ମଦା ଘାଟିରେ ନିର୍ମାଣା ଧିନ ଥିବା ଅଣ୍ଡର ଗ୍ରାଉଣ୍ଡ ଟନେଲ ଧସି ଯାଇଛି। । ଫଳରେ ସେଠାରେ କାମ କରୁଥିବା ୯ଜଣ ଶ୍ରମିକ ମାଟିତଳେ ଚାପି ହୋଇ ରହିଯାଇଥିଲେ । ସୂଚନା ମୁତାବକ ଟନେଲ ଭିତରେ ଫସି ରହିଥିବା ୯ଜଣ ଶ୍ରମିକଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ମାଟି ତଳେ ଫସି ରହିଛନ୍ତି ୨ ଶ୍ରମିକ । ଘଟଣାସ୍ଥଳରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ କର୍ମଚାରୀମାନେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମାଟିତଳୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ମାଟି ତଳେ ଏବେ ବି ଫସି ରହିଥିବା ୨ ଶ୍ରମିକ ଜୀବିତ ଥିବା ସୂଚନା ଦେଇଛନ୍ତି ଏସଡିଏମ । ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯିବା ନେଇ କାର୍ଯ୍ୟ ଚାଲିଛି । ତେବେ ଗତକାଲି ନର୍ମଦା ଘାଟି କେନାଲ ପ୍ରକଳ୍ପ ଅଧୀନରେ ଅଣ୍ଡରଗ୍ରାଉଣ୍ଡ କେନାଲ କାମ ଚାଲିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ଲିମାନବାଦରେ ଘଟିଥିବା ଘଟଣାର ସୂଚନା ଦେଇଛନ୍ତି। ସେ କଟନି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଫୋନରେ କଥା ହୋଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଡିଏମ୍ ସିଏମ୍ ଶିବରାଜଙ୍କୁ ମଧ୍ୟ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ଆହତ ଶ୍ରମିକଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଟନି ଜିଲ୍ଲାର କଲେକ୍ଟର ଏସପିଙ୍କ ସମେତ ପୋଲିସ ପ୍ରଶାସନିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି ।

Comments are closed, but trackbacks and pingbacks are open.