ଜଳିଗଲା ଟ୍ରେନ୍‌

260

ନୂଆଦିଲ୍ଲୀ: ବିଶାଖାପଟ୍‌ନମ୍‌ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ବେଳେ କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଯାଇଛି। ତେବେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଉକ୍ତ ଟ୍ରେନ୍‌ଟି କୋରାବରୁ ତିରୁମାଲା ଯାଇଥାନ୍ତା । ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଅଗ୍ନିକାଣ୍ଡ ପ୍ରଥମେ ବି୭ କୋଚର ଶୌଚାଳୟରେ ଶଟସର୍କିଟ ଯୋଗୁ ହୋଇଛି । ବି୭ ବଗି ପୂରା ଜଳି ଯାଇଥିବା ବେଳେ ବି୬ ଓ ଓମ୧ ବଗି ଆଶିଂକ ଭାବେ ଜଳିଯାଇଛି । ତେବେ ଏହି ଅଗ୍ନିକାଣ୍ଡ ବେଳେ ବଗିରେ କେହି ନଥିଲେ । ତେଣୁ ଏକ ବଡ ଦୁର୍ଘଟଣାରୁ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

Comments are closed, but trackbacks and pingbacks are open.