ପାରିବାରିକ କଳହ ର କରୁଣ ପରିଣତି : ସ୍ୱାମୀ ର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର
ଗତ ଦୁଇ ଦିନ ପୂର୍ବରୁ ଭୁବନେଶ୍ୱରରେ ଘଟିଯାଇଥିବା ଛୁରାମାଡ଼ ଜନିତ ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ଆଜି ପୁଣି ଏକ ଛୁରାମାଡ଼ ଘଟଣା ଘଟିଛି ରାଜଧାନୀରେ I ଭୁବନେଶ୍ୱର ଲକ୍ଷ୍ମୀସାଗର ବଙ୍ଗାଳସାହିରେ ପାରିବାରିକ କଲହରେ ଅତିଷ୍ଠ ହୋଇ ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ହୋଇଛି ଗୁରୁତର । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲରୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।