ପରମ୍ପରା ଯୁଗ ଯୁଗର;ଏକାଠି ବାହାରିଲେ ହେଲେ କେହି କାହା ମୁହଁ ଦେଖିଲେନି

57

ନୂଆପଡ଼ା: ବଜାଗାଯା, ବୀରବାଦ୍ୟ, ନାଚଗୀତରେ କମ୍ପୁଥିଲା ଗଗନପବନ । ହର୍ଷଉଲ୍ଲାସରେ ଉଛୁଳି ଉଠୁଥିଲା ସହରର ଗଳିକନ୍ଦି । ଶହଶହ ଭକ୍ତଙ୍କ ଗହଣରେ ଧୁମଧାମରେ ଶେଷ ହୋଇଛି  ଖଡ଼ିଆଳ ଐତିହାସିକ ଯୋଡି ଛତର ଯାତ୍ରା ।  ଖଡ଼ିଆଳର ମା’ ସମଲେଶ୍ବରୀ ଓ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା  ଦର୍ଶନ ପାଇଁ ପଡୋଶୀ କଳାହାଣ୍ଡି ବଲାଙ୍ଗୀର ଓ ଛତିଶଗଡ଼ ର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଖଡ଼ିଆଳରେ ହେଉଥିବା ଯୋଡି ଛତର ଯାତ୍ରାର ପରମ୍ପରା ସତରେ ଅନନ୍ୟ । ମାଁ ଗଡ଼ଦେବୀ ରକ୍ତାମ୍ବରୀ ଓ ଇଷ୍ଟ ଦେବୀ ସମଲେଶ୍ବରୀଙ୍କ ଛତର ନିଜ ନିଜ ମନ୍ଦିରରୁ ଏକା ସାଙ୍ଗରେ ବାହାରିଥିଲା ।  ହେଲେ କେବେ ଦୁହିଁଙ୍କ ଛତର ନିଜନିଜ ସାମ୍ନାକୁ ଆସିନଥିଲା ।  ଦୁଇ ଦେବୀ ମୁହାଁମୁହିଁ ହୋଇଗଲେ  ଅଞ୍ଚଳରେ ବିପଦ ଆସିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।

ଚଳିତ ବର୍ଷ ମାଁଙ୍କ ଛତର ଯାତ୍ରାରେ  ବଜାଗାଯା ,ବିରବାଦ୍ୟ , ନାଚଗୀତ ସହ ବାହାରି ନଗର ପରିକ୍ରମା କରିଥିଲେ । ମାନଙ୍କ ଆଶିଷ ପାଇବା ପାଇଁ ଧୂପଦୀପ ମନ୍ଦାର ମାଳ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଭକ୍ତମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ମାଁ ନଗର ପରିକ୍ରମା କରି ନିଜ ପୀଠରେ ପହଞ୍ଚି ଖପର ଚୋପା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମାଟି ଖପର ଖଣ୍ଡିକ ପାଇଵା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।   ଖଡ଼ିଆଳ ରାଜଦରବାର ପରିସର ଭକ୍ତିମୟ ପରିବେଶରେ ଉଛୁଳି  ପଡୁଥିଲା ।  ମାଁ ଙ୍କ ଦର୍ଶନ ସହ ରାଜ ଦରବାର ଦେଖିବାର ମଜା ଖଡ଼ିଆଳରେ ଜନ ସମୁଦ୍ର ସୃଷ୍ଟି କରିଥିଲା ।
ଶାନ୍ତିଶୃଙ୍ଖଳା ପାଇଁ ପୋଲିସର ବ୍ୟାପକ ବ୍ୟବସ୍ଥା ହୋଇଥିଲା  । ମା’ ଙ୍କ ଆଶୀର୍ବାଦରେ ଶାନ୍ତିଶୃଙ୍ଖଳାର ସହ ଯୋଡି ଛତର ଯାତ୍ରା ସମାପନ ହୋଇଥିଲା ।

Comments are closed, but trackbacks and pingbacks are open.