ଦଶହରା ରୁ ନନ୍ଦନ କାନନ ରେ ଟୟ ଟ୍ରେନ୍ ହେବ ପୁନଃ କାର୍ଯ୍ୟକ୍ଷମ

29

ବିଗତ ୬ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ଟୟ ଟ୍ରେନ କାର୍ଯ୍ୟମ ହେବାକୁ ଯାଉଥିବାରୁ ଦଶହରାରେ ପର୍ଯ୍ୟଟକମାନେ ଏହାର ମଜା ଉଠାଇ ପାରିବେ I ଏହାଛଡ଼ା ଦୀର୍ଘ ୧୦ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ରୋପୱେର ଶୁଭ ମଧ୍ୟ ଦିଆଯିବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ୮ ତାରିଖ ଦିନ ଏହା ଉଦଘାଟନ ହେବ ବୋଲି କୁହାଯାଇଛି ।।ଗତ ୨୦୧୬ରୁ ଶିଶୁ ରେଳଗାଡ଼ି ଚାଲିବା କାର୍ଯ୍ୟ ଆରମ୍ଭ କରାଇଥିଲା । ୨୦୨୦ ସୁଦ୍ଧା ଏହାର ପ୍ଲାଟଫର୍ମ ଓ ରେଳପଥର ଉନ୍ନତିକରଣ ସମ୍ପୂର୍ଣ୍ଣ କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚରେ ରେଳଡବା ଓ ଇଞ୍ଜିନ ଆସିବା ପରଠାରୁ କରୋନା କଟକଣା ହଟିବା ପରେ ଏବେ ତା’ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୦୧୮ରେ ନନ୍ଦନକାନନ କର୍ତ୍ତୃପକ୍ଷ ୩୫ କୋଟି ବ୍ୟୟରେ ପାର୍କିଂ, ଭୂତଳ ରାସ୍ତା ଓ ବସଷ୍ଟାଣ୍ଡର କାର୍ଯ୍ୟ ପାଇଁ ମାଷ୍ଟର ପ୍ଲାନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୦ ମସିହା ସୁଦ୍ଧା ବହୁତଳ ପାର୍କିର କାର୍ଯ୍ୟ ସମାପ୍ତ ହୋଇଥିଲା । ଆସନ୍ତା ୮ ତାରିଖରେ ଏହା ଉଦଘାଟନ ପରେ ଦଶହରାରେ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ । କୋଭିଡ ଗାଇଡ଼ ଲାଇନ କୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି I

Leave A Reply

Your email address will not be published.