ଆଜିଠୁ ନନ୍ଦନକାନନରେ ଚାଲିଲା ଟୟ ଟ୍ରେନ

0 39

ଆଜିଠୁ ନନ୍ଦନକାନନରେ ଟୟ ଟ୍ରେନ ର ମଜା ନେବେ ପର୍ଯ୍ୟଟକ। ଦୀର୍ଘ ୭ ବର୍ଷ ଧରି ବନ୍ଦ ଥିବା ଟୟ ଟ୍ରେନ ଆଜିଠାରୁ ପୁଣି ଚାଲୁ ହେଉଛି I ଚିଡ଼ଆଖାନା ଆସୁଥିବା ପର୍ଯ୍ୟଟକମାନେ ଏହି ଟ୍ରେନ ଦ୍ୱାରା ସଫରି ବୁଲି ଦେଖିବାର ମଜା ଉଠାଇ ପାରିବେ Iଏମ୍‌ସିଏଲର ଆର୍ଥିକ ସହାୟତାରେ ଚିଡ଼ିଆଖାନା ଭିତରେ ତିଆରି ହୋଇଛି ୧.୨ କିଲୋମିଟରର ଟ୍ରାକ୍, ବୁଲେଟ୍ ଟ୍ରେନ୍ ଓ ଷ୍ଟେସନ। ଏ ଟ୍ରେନରେ ରହିଛି ୪ ଟି କୋଚ୍।
ପ୍ରତି ଟ୍ରିପରେ ୨ ଜଣ ଦିବ୍ୟାଙ୍ଗ ସମେତ ମୋଟ ୭୨ ଜଣ ଯାତ୍ରୀଙ୍କୁ ଟ୍ରେନରେ ବସି ଜୀବଜନ୍ତୁ ଦେଖିବାର ସୁଯୋଗ ମିଳିବ। ସକାଳ ୯ଟାରୁ ଅପରାହ୍ନ ୫ଟା ଭିତରେ ପ୍ରତିଦିନ ଏହା ୧୨ଟି ଟ୍ରିପରେ ପାଖାପାଖି ୭ଶହ ପର୍ଯ୍ୟଟକଙ୍କୁ ଟ୍ରେନ୍ ସଫାରୀର ଅନୁଭୂତି ଦେବ।
ସେହିପରି ନନ୍ଦନକାନନର ନୂଆ ରୋପ୍ ୱେର ବି ଶିଳାନ୍ୟାସ ହେବ। ୧୩ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ରୋପ୍ ୱେର ମୁଖ୍ୟ ଷ୍ଟେସନ୍ ଓ ବୋଟ୍ ଘାଟ ମଝିରେ ରହିବ।
ବଟାନିକାଲ ପାର୍କ ପାଖରେ ରହିବ ଦ୍ୱିତୀୟ ଷ୍ଟେସନ। ଫଳରେ ଯାତ୍ରୀମାନେ ଚିଡ଼ିଆଖାନାରୁ କାଞ୍ଜିଆ ହ୍ରଦ ଉପର ଦେଇ ବଟାନିକାଲ ଗାର୍ଡେନକୁ ସୁବିଧାରେ ଯାଇପାରିବେ। ପ୍ରାରମ୍ଭିକ ଭାବେ ରୋପ୍ ୱେର ଟିକେଟ୍ ମୂଲ୍ୟ ୯୫ ଟଙ୍କା ରହିବ।

Leave A Reply

Your email address will not be published.