ପାଠ କେବଳ ଚାକିରି ପାଇଁ ନୁହେଁ: ରାଷ୍ଟ୍ରପତି

32

ଭୁବନେଶ୍ୱର:ପାଠ କେବଳ ଚାକିରି ପାଇଁ ନୁହେଁ, ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଶୁକ୍ରବାର ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଦନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ଏହାଛଡ଼ା ପିଲାମାନଙ୍କୁ ମନଦେଇ ପାଠ ପଢ଼ିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି ।  ସେ କହିଛନ୍ତି ଯେ ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ । ସମାଜରେ ବଡ଼ ହେବାକୁ ହେଲେ, ନାଁକୁ ବଢ଼ାଇବାକୁ ପଡେ଼ । ଏବେ ପାଠପଢ଼ା ପାଇଁ ବହୁତ ସୁବିଧା ହେଲାଣି, ସହଯୋଗ ମିଳୁଛି । ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ । ପିଲା ନଆସିଲେ କାରଣ କ’ଣ ବୁଝିବାକୁ ଶିକ୍ଷକ ଯାଆନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି । 

Comments are closed, but trackbacks and pingbacks are open.