ଚଳିତ ମାସରେ ଶ୍ରୀମନ୍ଦିର ୮ ଦିନ ବନ୍ଦ ରହିବ

23

ଶ୍ରୀମନ୍ଦିର ମାର୍ଗଦର୍ଶିକା ଅନୁସାରେ ସ୍ୱତନ୍ତ୍ର ପର୍ବପର୍ବାଣୀ ଦିନ ଗୁଡିକ ରେ ଶ୍ରୀ ମନ୍ଦିର ବନ୍ଦ ରହିବ।
ଆସନ୍ତା ୬ ତାରିଖରେ ମହାଳୟା, ୧୫ରେ ଦଶହରା ଓ ୨୦ରେ କୁମାରପୂର୍ଣ୍ଣିମାରେ ମନ୍ଦିର ବନ୍ଦ ରହିବ। ଏହି ତିନିଦିନ ସହିତ ଚଳିତ ମାସ ୫ଟି ରବିବାର ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ସୂଚନା ଦେଇଛନ୍ତି।
ଆଗରୁ ବି ପର୍ବପର୍ବାଣିରେ ମନ୍ଦିର ବନ୍ଦ ହେବା ଦେଖିବାକୁ ମିଳିଛି। ଆଗରୁ ଶନି ଓ ରବିବାର ମନ୍ଦିର ବନ୍ଦ ରହୁଥିବା ବେଳେ ନୂତନ ଗାଇଡଲାଇନ ଅନୁସାରେ ମନ୍ଦିର କେବଳ ରବିବାର ବନ୍ଦ ରହିବ ବୋଲି ନୋଟିସ ଜାରି ହୋଇଥିଲା।

Leave A Reply

Your email address will not be published.