ଶ୍ରୀମନ୍ଦିର ଓ ଚତୁଃପାଶ୍ୱର୍ ଅଞ୍ଚଳ ରେଡ୍ ଜୋନ୍‌:ନିୟମ ଉଲ୍ଲଂଘନ କଲେ ହେବ ଆକ୍ସନ୍

204

ଭୁବନେଶ୍ବର: ଡାଇରେକ୍ଟର୍ ଜେନେରାଲ୍ ସିଭିଲ୍ ଆଭିଏସନ୍ ବା ଡିଜିସିଏ ମ୍ୟାପ୍‌ରେ ଶ୍ରୀମନ୍ଦିର ଓ ଏହାର ଚତୁଃପାଶ୍ୱର୍ ରେଡ ଜୋନ୍ ଭାବ ସ୍ଥାନ ପାଇଛି। ଏହି ରେଡ୍ ଜୋନ୍ ଅନୁଯାୟୀ ସମୁଦ୍ର ପତ୍ତନଠାରୁ ୫୦୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଉଡ଼ାଣ ହୋଇପାରିବ ନାହିଁ। ରେଡ୍ ଜୋନ୍ ପରେ ଆଇନ ଅନୁଯାୟୀ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଜେପି ସରକାରଙ୍କ ଐତିହାସିକ ପଦକ୍ଷେପ। ଶ୍ରୀଜଗନ୍ନାଥ ମନ୍ଦିରକୁ ରେଡ୍ ଜୋନ୍ ଘୋଷଣା କଲା ଡିଜିସିଏ। ଏୟାରସ୍ପେଶ୍ ମ୍ୟାପ୍‌ରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଏହାର ଅବଧି ତିନିବର୍ଷ ରହିଛି, ଅର୍ଥାତ୍ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ। ପରେ ପୁର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଁ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ ରେଡ୍ ଜୋନ୍ ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି। ଗତକାଲି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟର୍‌କୁ ଧରିବାରେ ପୁରୀ ପୁଲିସ ସଫଳ ହୋଇଥିଲା। ତେଣୁ ଶ୍ରୀଜଗନ୍ନାଥ ମନ୍ଦିରକୁ ରେଡ୍ ଜୋନ୍ ଭାବେ ଘୋଷଣା ହେବା ପରେ କେବଳ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଉଡୁଥିବା ଡ୍ରୋନ୍ କାବୁ ହୋଇପାରିବ। ଡିଜିସିଏ ଦ୍ୱାରା ଶ୍ରୀମନ୍ଦିର ରେଡ୍ ଜୋନ୍ ଘୋଷଣା ନିଷ୍ପତ୍ତିକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଅତୀତରେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ତଥା ପରିକ୍ରମା ମାର୍ଗରେ ଡ୍ରୋନ କ୍ୟାମେରା ଘୁରି ବୁଲୁଥିବାର ଏକାଧିକ ନଜର ରହିଛି। ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶରେ ଡ୍ରୋନ୍ ବ୍ୟବହାର କରି ଆକ୍ରମଣ ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯାଇଥିଲା।

Comments are closed, but trackbacks and pingbacks are open.