ଏୟାର ଲିଫ୍ଟ ଡେଡଲାଇନକୁ କୋହଳ କରିବାକୁ ରାଜି ହେଲା ତାଲିବାନ

29

ଆଫଗାନିସ୍ଥାନରେ ତାଲିବାନୀ କବଜା ପରେ ସେଠାରେ ଭୟଙ୍କର ସ୍ଥିତି ଦେଖାଦେଇଛି । ଆଫଗାନ ନାଗରିକ ମାନେ ନିଜ ନିଜ ପରିବାର ସହିତ ଦେଶ ଛାଡି ପଳାଉଛନ୍ତି I କାବୁଲ ବିମାନ ବନ୍ଦର ଏହି ସମୟ ରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି ଇ ଆମେରିକା ଓ ନଟୋ ରାଷ୍ଟ୍ର ମାନଙ୍କ ଦ୍ୱାରା ଏୟାର ଲିଫ୍ଟ କରାଯାଉଛି I ତେବେ ଏହି ଏୟାର ଲିଫ୍ଟ ପାଇଁ ତାଲିବାନ ଚିହିଁକି ଉଠିଛି I ଏୟାର ଲିଫ୍ଟ ପାଇଁ ପ୍ରତି ବନ୍ଧକ ଲଗାଇଛି I ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନିକଙ୍କୁ ଆଫଗାନିସ୍ତାନ ଛାଡିବା ନେଇ ତାଲିବାନ ଚେତାବନୀ ଦେଇଛି , ତା ସହିତ ଏହା ମଧ୍ୟ କହିଛି ଯେ ଅଗଷ୍ଟ ୩୧ ପରେ ବି ଆଫଗାନ ନାଗରିକ ମାନେ ଦେଶ ଛାଡି ପାରିବେ ହେଲେ ଦେଖାଇବାକୁ ପଡ଼ିବ ଆବଶ୍ୟକୀୟ କାଗଜପତ୍ର I
ନିକଟରେ ତାଲିବାନ ଘୋଷଣା କରିଥିଲା ଯେ, ଆଫଗାନବାସୀଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯିବ ନାହିଁ । ହେଲେ ଏବେ ୩୧ ଅଗଷ୍ଟ ପରେ ଆଫଗାନବାସୀଙ୍କୁ ଦେଶ ଛାଡ଼ିବାକୁ ଅନୁମତି ଦେଇଛି । ଆଫଗାନିସ୍ତାନକୁ ଜର୍ମାନୀ ପ୍ରତିନିଧିଙ୍କ ବୟାନରୁ ଏଭଳି କିଛି ଆଶା ଦେଖାଦେଇଛି । ଜର୍ମାନୀ ପ୍ରତିନିଧି ମାର୍କସ୍ ପଜେଲ ନିଜ ଟୁଇଟରେ ଲେଖିଛନ୍ତି ଯେ, ତାଲିବାନ ନେତୃତ୍ୱ ସହ ଆଲୋଚନା ବେଳେ ଏଭଳି କିଛି ପ୍ରତିଶ୍ରୁତି ମିଳିଛି । ୩୧ ଅଗଷ୍ଟ ପରେ ଆଫଗାନବାସୀଙ୍କୁ ଉପଯୁକ୍ତ କାଗଜପତ୍ର ଥିଲେ, ବିଦେଶ ଯିବାକୁ ଅନୁମତି ମିଳିବ ।ସେପଟେ ନଟୋ ରାଷ୍ଟ୍ର ମାନେ ତାଲିବାନ ସହ ଆଲୋଚନା କରିବା ଜରୁରୀ ବୋଲି ଜର୍ମାନୀ ଚାନ୍ସଲର ଅଂଜେଲା ମର୍କେଲ କହିଛନ୍ତି । ଏହା ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆବଶ୍ୟକ ପଡିଲେ ଅଗଷ୍ଟ ୩୧ପରେ ମଧ୍ୟ ନିଜ ସୈନିକଙ୍କୁ କାବୁଲରେ ରଖାଯାଇପାରେ,ହେଲେ ଏହା ତାଲିବାନୀଙ୍କ ବ୍ୟବହାର ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.