ଏସ୍‍ଏସ୍‍ସି ପରୀକ୍ଷା ରଦ୍ଦ ନିମନ୍ତେ କେନ୍ଦ୍ର ସରକାରଙ୍କ ମତାମତ ଲୋଡିଲେ ସୁପ୍ରିମକୋର୍ଟ

20

କେନ୍ଦ୍ର ସରକାରଙ୍କ ମତାମତ ଲୋଡିଲେ ସୁପ୍ରିମକୋର୍ଟ । ଷ୍ଟାଫ୍‍ ସିଲେକ୍‍ସନ୍‍ କମିସନ୍‍ (ଏସ୍‍ଏସ୍‍ସି) ପକ୍ଷରୁ ୨୦୧୭ରେ ଅନୁଷ୍ଠିତ ସ୍ନାତକ ସ୍ତରୀୟ ପରୀକ୍ଷା ରଦ୍ଦ କରିବା ନିମନ୍ତେ । ପରୀକ୍ଷାରେ ହୋଇଥିବା ଦୁର୍ନୀତି କାରଣରୁ କେତେ ଜଣ ଆଶାୟୀ ପ୍ରାର୍ଥୀ ଲାଭବାନ ହେବେ ତାହା ଆକଳନ ଅସମ୍ଭବ ମନେ ହେଉଥିବାରୁ ଏହି ପରୀକ୍ଷା ରଦ୍ଦ କରିବା ଉପରେ ସୁପ୍ରିମକୋର୍ଟ ବିଚାରବିମର୍ଶ କରୁଛନ୍ତି।

୨୦୧୮ ଫେବୃଆରୀରେ ଅନୁଷ୍ଠିତ ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‍ ତଥା ପରୀକ୍ଷା ବେଳେ ବ୍ୟାପକ କପି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ସିବିଆଇ ତଦନ୍ତ କରିବାକୁ ମାର୍ଚ୍ଚରେ କନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। ମେ’ମାସରେ ସିବିଆଇ ସିଫି ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‍ର ୧୦ ଜଣ କର୍ମଚାରୀଙ୍କ ସମେତ ୧୭ ଜଣ ଲୋକଙ୍କ ବିରୋଧରେ ଏଫ୍‍ଆଇଆର୍‍ ରୁଜୁ କରି ତଦନ୍ତ କରିଥିଲା।

ଅଗଷ୍ଟରେ ସର୍ବୋଚ୍ଚ ଅଦାଲତ ଏସ୍‍ଏସ୍‍ସିକୁ ଏହି ପରୀକ୍ଷାର ଫଳାଫଳ ପ୍ରକାଶ କରିବାକୁ ବାରଣ କରିଥିଲେ। ଏଥିସହ ଏହି ପରୀକ୍ଷାକୁ ନେଇ ହୋଇଥିବା ଦୁର୍ନୀତିରୁ ଫାଇଦା ଉଠାଇବା ପୂର୍ବକ କାହାରିକୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

Comments are closed, but trackbacks and pingbacks are open.