ରାଜପଥ ଜାମ କୁ ନେଇ ଆନ୍ଦୋଳନକାରୀ ଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

23

ଦୀର୍ଘ ଦିନ ଦିଲ୍ଲୀ ସୀମାରେ ରାସ୍ତା ଅବରୋଧକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି ଚାଷୀଙ୍କ ଉପରେ ବର୍ଷିଛନ୍ତି I ରାଜପଥ ଜାମ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇପାରିବ ନାହିଁ, । ବିରୋଧୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ନିବେଦନ ଉପରେ କୋର୍ଟ ସେମାନଙ୍କ ପ୍ରତିକ୍ରିୟା ଦାଖଲ କରିବାକୁ କହିଛନ୍ତି। ଦିଲ୍ଲୀ ସୀମାରୁ ଚାଷୀଙ୍କୁ ହଟାଇବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ଡିସେମ୍ବର ୭ରେ ପରବର୍ତ୍ତୀ ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ରାସ୍ତାରୁ ହଟିବା ନେଇ ସୁପ୍ରିମକୋର୍ଟ କୃଷକ ସଂଗଠନଗୁଡ଼ିକୁ ସମୟ ଦେଇଛନ୍ତି।
ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସ୍‌କେ କୌଲ କହିଛନ୍ତି, ସଡକ ସଫା ହେବା ଉଚିତ। ଆମେ ବାରମ୍ବାର ଆଇନ ଗଠନ କରିପାରିବୁ ନାହିଁ। ତୁମର ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ତୁମେ ରାସ୍ତା ଅବରୋଧ କରିପାରିବ ନାହିଁ। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡିବ। ଲୋକେ ପ୍ରତିଦିନ ସେହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଛନ୍ତି। ତେଣୁ ରାସ୍ତା ଅବରୋଧ କରିବା ଦ୍ୱାରା ଅନେକ ଲୋକ ସମସ୍ୟା ଭୋଗୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଚାଷୀ ମାନଙ୍କ ସମସ୍ୟା ନେଇ ଗତ ଶୁଣାଣିରେ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବର୍ଷିଥିଲେ।

Leave A Reply

Your email address will not be published.