ଚନ୍ଦ୍ରଯାନ-୩ର ସଫଳ ଅବତରଣ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ

54

ଭୁବନେଶ୍ୱର ୨୩ ।୮: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିବା ପାଇଁ କିଟ୍‍ ଓ କିସ୍‍ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧା ପ୍ରସାରଣ ଦେଖି କିଟ୍‍ର ୩୦ ହଜାର ଛାତ୍ରଛାତ୍ରୀ ଓ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ  ବେଶ ଉତ୍ସାହ ଓ ଅନନ୍ଦ ଦେଖିବାକୁ ମିଳିଥିଲା । ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ପ୍ରକମ୍ପିତ ହୋଇଥିଲା ।  ଭାରତୀୟ ବୈଜ୍ଞାନିକ ଏବଂ ଇସ୍ରୋର ଜୟଜୟକାର କରିଥିଲେ ।

ସକାଳେ ଉଭୟ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀମାନେ ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା କରି ଶୁଭ ମନାସିଥିଲେ । କିସ୍‌ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ହୋମ, ବେଦ ପାଠ ଏବଂ ଦୀପ ଦାନ ଆଦି ଆୟୋଜନ କରାଯାଇଥିଲା ।  କିସ୍‌ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ଚନ୍ଦ୍ରଯାନର ସଫଳ ଅବତରଣ କାମନା କରିଥିଲେ । ସ୍କୁଲ ପରିସରରେ ଚନ୍ଦ୍ରଯାନ-୩ର ଏକ ମଡେଲ ରଖି ଛାତ୍ରଛାତ୍ରୀମାନେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଦେଶର ବୈଜ୍ଞାନିକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରଯାନ ଅବତରଣର ସିଧା ପ୍ରସାରଣ ପ୍ରଦର୍ଶନର ବନ୍ଦୋବସ୍ତ କରାଯାଇଥିଲା । ଏଥି ପାଇଁ ଛାତ୍ରଛାତ୍ରୀମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Comments are closed, but trackbacks and pingbacks are open.