ମୁକୁଳା ଡ୍ରେନ୍‌ରେ ଭାସିଗଲେ ଛାତ୍ର

31

ଆଜି ଦିନ୨ଟା ବେଳେ ରାଜଧାନୀ ଭୁବନେଶ୍ୱରରେ ଘଟିଯାଇଛି ଅଭାବନୀୟ ଘଟଣା। ମୁକୁଳା ଡ୍ରେନ ରେ ଭାସିଗଲେ ଛାତ୍ର I ନିଜ ସାଇକେଲ ଯୋଗେ ଟ୍ୟୁସନ୍ ସାରି ଫେରୁଥିବାବେଳେ ଡ୍ରେନ୍‌ରେ ଭାସିଗଲେ ଛାତ୍ର ।ସେହିସମୟ ରେ ପ୍ରବଳ ବର୍ଷା ଯୋଗୁଁ ଡ୍ରେନ ଉଛୁଳି ଯାଇଥିଲା ଇ ଛାତ୍ରଜଣଙ୍କ ପାଣି ସୁଅ ଭିତରେ ପଡି ଯାଇ ଭାସିଯାଇଥିଲେ ଏହି ଘଟଣାଟି ଘଟିଛି, ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ। ଆଜି ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ବୀ ନଗର ଟ୍ୟୁସନ୍ ଯାଇ ଫେରୁଥିଲେ ୧୫ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିର୍ମୟ ବେହେରା । ତେବେ ଶତାଦ୍ଦୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ସେଠି ଖସି ଯାଇଥିବା ଅନୁମାନ କରାଯାଉଛି ।ଏହାପରେ ପାଖରେ ଥିବା ଡ୍ରେନରେ ସେ ପଡ଼ି ଯାଇଥିଲେ । ଗଲା ୩ ଘଣ୍ଟା ଧରି ସେ ନିଖୋଜ ଅଛନ୍ତି । ଡ୍ରେନ୍ ଯାଇଥିବା ରାସ୍ତାରେ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକେ ।
ସୂଚନାଯୋଗ୍ୟ ,ମୁକୁଳା ଡ୍ରେନ୍‌ ଯୋଗୁ ୨୦୧୯ରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଥିଲା ଅଘଟଣ। ଅସରାଏ ବର୍ଷାରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ବିଏମ୍‌ସିର ଅବହେଳା କାରଣରୁ ସେତେବେଳେ ଏହି ଅଘଟଣ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.