ଆସୁଛି ବାତ୍ୟା ‘ମୋନ୍ଥା’

191

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ମାଡ଼ିଆସୁଛି ଆଉ ଏକ ବାତ୍ୟା। ୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ମୋନ୍ଥା ।  ଥାଇଲାଣ୍ଡର ସୁପାରିସେ ବାତ୍ୟା ନାଁ ରଖାଯାଇଛି ମୋନ୍ଥା । ଥାଇ ଭାଷାରେ  ମୋନ୍ଥାର ଅର୍ଥ ସୁଗନ୍ଧିତ ଫୁଲ, ସୁନ୍ଦର ଫୁଲ । ବାତ୍ୟାର ନାଁ ମୋନ୍ତା ନେଇ ଏଯାଏଁ ସ୍ପଷ୍ଟ କରିନାହିଁ ଆଇଏମଡି । ଡବ୍ଲ୍ୟୁଏମଓ ପ୍ୟାନେଲ ଅନୁସାରେ ଏଥର ଥାଇଲାଣ୍ଡ ନାମକରଣ କରିବ ।  ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ  କଲା ପାଣିପାଗ କେନ୍ଦ୍ର । ୨୬ ତାରିଖରୁ ସମୁଦ୍‌ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିବାରୁ  ୨୯ ଯାଏଁ ଭିତରକୁ  ନ ଯିବାକୁ  ପରାମର୍ଶ ଦିଆଯାଇଛି ।

Comments are closed, but trackbacks and pingbacks are open.