ମାନସିକ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ବୟାନ ମଧ୍ୟ ସାକ୍ଷୀ ଭାବରେ କୋର୍ଟ ରେ ଗ୍ରହଣୀୟ ହେବ – ସୁପ୍ରିମକୋର୍ଟ

27

ଗୁରୁବାର ଏକ ମାମଲାର ରାୟ ଶୁଣାଇବାକୁ ଯାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ମାନସିକ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ବୟାନକୁ ମଧ୍ୟ ସାକ୍ଷ୍ୟ ଭାବରେ ଗ୍ରହଣ କରାଯାଇପାରିବ I

ମାନସିକ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ବୟାନକୁ ମଧ୍ୟ ସାକ୍ଷ୍ୟ ଭାବରେ ଗ୍ରହଣ କରାଯାଇପାରିବ ।
ଉତ୍ତରାଖଣ୍ଡର ଜଣେ 36 ବର୍ଷୀୟ ମହିଳା 2015 ମସିହାରେ ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ମାମଲାର ଶୁଣାଣୀ ଚାଲିଥିବାବେଳେ ତାଙ୍କ ସହ ଘଟିଥିବା ଘଟଣାକୁ ନେଇ ନିଜର ବୟାନ ଦେଇଥିଲେ । ଏତିକିବେଳେ ଜଣାପଡିଥିଲା ଯେ ସେ 70 ପ୍ରତିଶତ ମାନସିକ ଭିନ୍ନକ୍ଷମ । ପୁଣି ଅନେକ କଥା ସେ ଭୁଲି ଯାଇଛନ୍ତି । ତେବେ ଏତିକି ବେଳେ ତାଙ୍କ ବୟାନକୁ ଗ୍ରହଣ କରାଯିବ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଅନ୍ୟପଟେ ଏହା ଗ୍ରହଣୀୟ ନୁହେଁ ବୋଲି ଯୁକ୍ତି ବାଢିଥିଲେ ପ୍ରତିପକ୍ଷ ଓକିଲ ।
ଘଟଣା ପୂର୍ବରୁ ଅଭିଯୁକ୍ତକୁ ଜେଲଦଣ୍ଡ ହୋଇଥିବାବେଳେ ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ କୋର୍ଟରେ ଆବେଦନ କରିଥିଲେ । ମାମଲାର ଶୁଣାଣୀ ବେଳେ ମହିଳାଙ୍କୁ ଗାନ୍ଧିଜୀ ଓ ଲାଲବାହଦୁର ଶାସ୍ତ୍ରୀଙ୍କ ଫଟୋ ଦେଖି ଚିହ୍ନିବା ପାଇଁ କୁହାଯାଇଥିଲା ।

Leave A Reply

Your email address will not be published.