ରାଜ୍ୟରେ ଆଜିଠୁ କମିବ ଶୀତ, ବଢ଼ିବ ରାତିର ତାପମାତ୍ରା

16

ପଶ୍ଚିମ ଝଡ ପ୍ରଭାବରେ ଆସନ୍ତା ଫେବୃଆରୀ ୩ ରୁ ପୁଣି ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି I ସେହି ଅନୁସାରେ ଆଜିଠୁ ରାଜ୍ୟରେ କିଛି ସ୍ଥାନରେ ପାଗ କୋହୋଲା ରହିବ ସହିତ ଶୀତ କମିବ। ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୫ ଡିଗ୍ରୀ ରାତିର ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୪ ଓ ୫ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତିରେ ବୃଦ୍ଧି ଘଟିବ । ବଙ୍ଗୋପସାଗରରୁ ପ୍ରଭାହିତ ଉଷ୍ମ ବାୟୁ ପ୍ରଭାବରେ ବଢ଼ିବ ତାପମାତ୍ରା । ଫଳରେ ରାଜ୍ୟରେ ଶୀତର ଲହରୀ କମ୍‍ ଅନୁଭୂତ ହେବ । ମଙ୍ଗଳବାର ଉପକୂଳ ଓଡିଶାର କେତେକ ସ୍ଥାନରେ କୁହୁଡ଼ି ହୋଇପାରେ । କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦେଖାଦେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.