ରାଜ୍ୟ ବିଜେପିର ହେବ ନବକଳେବର

62

ରାଜ୍ୟ ବିଜେପିର ହେବ ନବକଳେବର। ନବନିଯୁକ୍ତ ରାଜ୍ୟ ସଭାପତି ତାଙ୍କ ନୂଆ ଟିମ୍ ଘୋଷଣା କରିବେ। ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ରାଜ୍ୟ ବିଜେପି ଟିମ୍ ଘୋଷଣା। ଏହାକୁ ନେଇ ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ। କୁହାଯାଉଛି, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଟିମରେ ଥିବା ଅନେକ ପଦାଧିକାରୀଙ୍କୁ ବାଦ୍ ଦେଇ ମନମୋହନ କିଛି ନୂଆ ଚେହେରାଙ୍କୁ ଆଗକୁ ଆଣିବେ। ମନ୍ତ୍ରୀଙ୍କ ଖୋସାମତି କରି ପଦପଦବୀ ପାଇଥିବା ଅଧିକାଂଶ ପଦବୀ ହରାଇବେ। ତେବେ, ସମୀର ମହାନ୍ତିଙ୍କ ଟିମରେ ଥିବା ଏବଂ ସାଙ୍ଗଠନିକ ଦକ୍ଷତା ଥିବା କିଛି ପଦାଧିକାରୀ ପୁନଃଦାୟିତ୍ୱ ପାଇବେ ଅଥବା ସେମାନଙ୍କ ମଧ୍ୟରୁ କେତେକ ପଦନ୍ବିତୀ ପାଇବେ। କେନ୍ଦ୍ର ସହିତ ସମନ୍ୱୟ ରଖି ତଥା ରାଜ୍ୟ ବିଜେପିର ବରିଷ୍ଠ ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସହ ମିଶି ମନମୋହନ ଫାଇନାଲ୍ ଲିଷ୍ଟ୍ ପ୍ରସ୍ତୁତ କରୁଛନ୍ତି ବୋଲି ସୂଚନା ମିଳିଛି।

Comments are closed, but trackbacks and pingbacks are open.