ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ନ ହୋଇ ସମସ୍ତ ଗାଇଡ୍‌ଲାଇନ ପାଳନ କରନ୍ତୁ : ମୁଖ୍ୟ ଶାସନ ସଚିବ

0 23

ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରନା ସଂକ୍ରମଣ ଇ ତା ପଛକୁ ତାଳ ଦେଇ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି I ସଂକ୍ରମଣ ର ଏହି କ୍ରମ ବର୍ଦ୍ଧିତ ହାର କୁ ଦେଖି ରାଜ୍ୟରେ ଏହା ସମ୍ଭାବ୍ୟ ୩ ଲହର ଚାଲିଛି ବୋଲି କୁହାଯାଉଛି । ତେଣୁ ଆମକୁ ଆଉ କିଛି ଦିନ ଜଗିରଖି ଚଳିବାକୁ ହେବ। ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍ ମାନିବାକୁ ପଡିବ। ଅବହେଳା କଲେ ସମସ୍ତେ ଅସୁବିଧା ଭୋଗିବା। ରାଜ୍ୟରେ କରୋନା ସ୍ଥିତି ନେଇ ବୁଧବାର ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି।
ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବ ନାହିଁ। ତୃତୀୟ ଲହରୀରେ ଲୋକଙ୍କ ଜୀବିକାକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି। ତେଣୁ ସାଧାରଣ ଲକଡାଉନ୍ କିମ୍ବା ଶଟଡାଉନ୍ ଲାଗୁ କରାଯିବ ନାହିଁ। ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବାକୁ ସେ ପରାମର୍ଶ ଦେବା ସହ କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ଆଗାମୀ କିଛିଦିନ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।ସେ କହିଛନ୍ତି, ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଗତ ୭ ଦିନ ଧରି ୧୦ ରୁ ୧୧ ହଜାର କୋଭିଡ୍ ସଂକ୍ରମଣ ରହୁଛି। ଅବହେଳା କଲେ ଏହି ସଂଖ୍ୟା ଆହୁରି ବଢିପାରେ। ତେଣୁ ବାହାରକୁ ଗଲେ ଠିକ୍‌ରେ ମାସ୍କ ପିନ୍ଧନ୍ତୁ। ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି। ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ ଦରକାର ପଡୁଛି। ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ସଚିବ।
ସେ କହିଛନ୍ତି ଆସନ୍ତା କିଛି ଦିନ ରାଜ୍ୟ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରନ୍ତୁ। କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ। ଲକ୍ଷଣ ଦେଖା ଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅବହେଳା କଲେ ସଂକ୍ରମଣ ବଢିବ ଆଉ ସମସ୍ତେ ଅସୁବିଧା ଭୋଗିବା। ଲୋକଙ୍କ ଜୀବିକା ଯେମିତି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ଏବଂ ବୟସ୍କଙ୍କୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଜନତାଙ୍କ ଅପିଲ୍ କରିଛନ୍ତି।

Leave A Reply

Your email address will not be published.