ରାଜ୍ୟ ଟୀକାକରଣ ରେ ମାଇଲ ଖୁଣ୍ଟ ଅତିକ୍ରମ କଲା

18


ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ କେବଳ ଗତକାଲି ୪ ଲକ୍ଷ ୧୬ ହଜାର ଡୋଜ୍ ଟିକା ଦିଆଯାଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟ ଟୀକାକରଣ ରେ ମାଇଲ ଖୁଣ୍ଟ ଅତିକ୍ରମ କରିଛି I
ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୮୦ ଲକ୍ଷ ଟିକାକରଣ କରାଯାଇଛି। ଏହା ଭିତରୁ ୬୬ ପ୍ରତିଶତ ପ୍ରଥମ ଡୋଜ ନେଇଛନ୍ତି। ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ପାଇଁ ବାକି ଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଟିକା ନେଇଛନ୍ତି। ୨୨ ଲକ୍ଷ ଟିକା ବର୍ତ୍ତମାନ ଆମ ପାଖରେ ମହଜୁଦ ରହିଛି।
ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟିକା ଶେଷ କରିବାକୁ ଚେଷ୍ଟା କରୁଛୁ। ଦ୍ୱିତୀୟ ଡୋଜ ଏହାର ତିନି ମାସ ପରେ ଶେଷ ହେବ ବୋଲି ଆଶା ରଖିଛୁ।
ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ତ୍ଵ ପୂର୍ଣ୍ଣ ସୂଚନା ଅନୁସାରେ ରାଜ୍ୟରେ ୧୦୬ ଜଣ ବ୍ଲାକଫୋଂଗସ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.