ରାଜ୍ୟରେ ୨, ୬୯୭ କରୋନା ସଂକ୍ରମିତ ଚିହ୍ନଟ ,୨୩ ମୃତ

8

ରାଜ୍ୟରେ କରୋନା ସଂକ୍ରମଣ ର ପ୍ରାଦୁର୍ଭାବ ଧୀରେ ଧୀରେ କମି କମି ଆସୁଛି I ଆଜି ୩ ହଜାର ତଳକୁ ଖସିଲା ରାଜ୍ୟର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨ ହଜାର ୬୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରତିଥର ଭଳି ଏ ଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ ସଂକ୍ରମିତ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୯୧,କଟକରୁ ୧୩୮ ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭ ନୂଆ କେସ୍‌ ଆସିଛି ।ସେହିଭଳି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୩୫ ଜଣ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୬୦ ହଜାର ୭୬୨ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍‌ କେସ୍‌ ରହିଛି ୩୦ ହଜାର ୪୯୩ । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୧୦୨ କୁ ବୃଦ୍ଧି ପାଇଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୬୮୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୭, ସୁନ୍ଦରଗଡ଼ରୁ ୩, ଭଦ୍ରକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.