ରାଜ୍ୟ ସରକାର ଙ୍କ ମହା ଯୋଜନା

29

ରାଜ୍ୟ ସରକାର ଙ୍କ ବର୍ତ୍ତମାନ ଯୋଜନା ଉପରେ ଯୋଜନା ଆରମ୍ଭ ହୋଇଛି I ଗରିବଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ ଯୋଜନା , ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ୍ ଯୋଜନା , କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଯୁବବର୍ଗଙ୍କୁ ପାଇଁ ମଧ୍ୟ ଯୋଜନା ଉପରେ ଫୋକସ୍ ଦିଆଯାଇଛି। ଆଉ ଏବେ ମହିଳାଙ୍କ ଯୋଜନା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଶାସନର ଶୀର୍ଷସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ରୋଜଗାର ସୁଯୋଗ ଦେବାପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ତାସହିତ ଯେଉଁ ସବୁ ବିଭାଗ ଏ କ୍ଷେତ୍ରରେ ପଛରେ ପ଼ଡିଛନ୍ତି ସେମାନଙ୍କୁ କରାଯାଇଛି ତାଗିଦ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର କଡ଼ା ମନିଟରିଂ ହେଉଥିବା ଏହି ଚିଠାରୁ ଜଣାପଡ଼ିଛି। ସମୀକ୍ଷା ପରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ହସ୍ତତନ୍ତ ଓ ବୟନଶିଳ୍ପ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସରକାର । ପଞ୍ଚାୟତିରାଜ ବିଭାଗକୁ ବି ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାକୁ କରାଯାଇଛି ତାଗିଦ। SHG ସଦସ୍ୟାମାନଙ୍କୁ ଅଧିକରୁ ଅଧିକ କାମ ଦେବା ପାଇଁ ମୋଟ୍ ୧୯ଟି ବିଭାଗକୁ ଦିଆଯାଇଛି ଟାସ୍କ । ଯେମିତିକି ଏବେ ୧୧ଟି ଜିଲ୍ଲାରେ SHG ଗ୍ରୁପ୍ ଧାନ ସଂଗ୍ରହ କରୁଥିବା ବେଳେ ସବୁ ଜିଲ୍ଲାରେ ସେମାନଙ୍କୁ ଏଥିରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଠିକ୍ ସେଭଳି ପିଡିଏସ୍ ସାମଗ୍ରୀ ବଣ୍ଟନ, ମାଛ ଚାଷ, ପରିବା ଚାଷ, ଛତୁ ଚାଷ, ସ୍କୁଲ ଗୁଡ଼ିକୁ ଯୁନିଫର୍ମ ଯୋଗାଣ, ଇଲେକ୍ଟ୍ରି ମିଟର ରିଡିଂ ଓ ବିଲ୍ କଲେକ୍ସନ, ଆହାର ଯୋଜନା ଓ ବୃକ୍ଷ ରୋପଣ ଆଦି କାମ ଦେବାକୁ କୁହଯାଇଛି। ମିଶନ୍ ଶକ୍ତିକୁ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦିଆଯିବା ପରେ ଏସବୁ ଉପରେ ଫୋକସ୍ କରାଯାଉଛି। ଆସନ୍ତା ଆର୍ଥିକ ବର୍ଷରୁ ଏହି ବିଭାଗ ପାଇଁ ବଜେଟରେ ମଧ୍ୟ ବ୍ୟବସ୍ଥା ରହିବ। ରାଜ୍ୟରେ ଏବେ ୬ ଲକ୍ଷ ସ୍ୱୟଂ ସହାୟକ ଗ୍ରୁପ୍ ଥିବା ବେଳେ ସେଥିରେ ପ୍ରାୟ ୭୦ ଲକ୍ଷ ସଦସ୍ୟ ଅଛନ୍ତି । ତେଣୁ ବିଭିନ୍ନ ଯୋଜନା କରି ସେମାନଙ୍କ ମନ ଜିଣିବାକୁ ତିଆରି ହୋଇଛି ବଡ଼ ଷ୍ଟ୍ରାଟେଜି । ବିଭିନ୍ନ ନିର୍ବାଚନରେ ସରକାରୀ ବିରୋଧୀ ହାଓ୍ୱା ଥିବା ସତ୍ତ୍ୱେ ମହିଳାମାନଙ୍କ ଭୋଟ୍ ବିଜେଡି ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି ।
ତେଣୁ ମହିଳା ଭୋଟ୍‌ ବ୍ୟାଙ୍କରେ ଯେପରି ବିରୋଧୀ ଭାଗ ନବସାନ୍ତି ଓ ନିଜ ଭୋଟ୍ ବ୍ୟାଙ୍କ ଅକ୍ଷୁଣ୍ଣ ରଖିବାକୁ ବିଜେଡି SHG କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । ତେବେ ବିରୋଧୀ କହିଛନ୍ତି ମହିଳା ସଶକ୍ତୀକରଣ ନାଁରେ ଏସ୍ଏଚ୍‌ଜିଙ୍କୁ ବ୍ୟବହାର କରି ପଂଚାୟତ ଓ ପୌର ନିର୍ବାଚନ ପାର ହେବାକୁ ବିଜେଡିର ଏସବୁ ଯୋଜନା। ମହିଳା ହୁଅନ୍ତୁ କି ଚାଷୀ, ଯୁବବର୍ଗ ହୁଅନ୍ତୁ କି ଗରିବଗୁରୁବା ବିଭିନ୍ନ ସ୍କିମ୍ ଆଣି ଏବେଠାରୁ ନିଜ ସପକ୍ଷରେ ମାହୋଲ୍ ବନାଇବାକୁ ଚେଷ୍ଟା କରୁଛି ବିଜେଡି । ତେବେ ଏସବୁ ଯୋଜନା ରାଜ୍ୟ ବାସି ଙ୍କ ଉପରେ କେତେ ଫଳପ୍ରଦ ହେଉଛି ତାହା ଦେଖିବା କଥା ।

Leave A Reply

Your email address will not be published.