ରାଜଧାନୀରେ ହେବ ଏଲିଭେଟେଡ୍ କରିଡର୍, ଏପ୍ରିଲରେ ଶିଳାନ୍ୟାସ କରିବେ ରାଜ୍ୟ ସରକାର

56

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍ । ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ହେବ । ଏଥିସହ ସବୁ ଛକରେ ବାଇପାସ୍ ରୋଡ୍ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ସ୍ମାର୍ଟ ସିଟିରୁ ଟ୍ରାଫିକ ଭିଡ କମାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ । ଜୟଦେବ ବିହାର ଜାତୀୟ ରାଜପଥ ଫ୍ଲାଏ ଓଭର ସହ ସଂଯୋଗ ହୋଇ ନିର୍ମାଣ କରାଯିବ ଏଲିଭେଟେଡ କରିଡ଼ର । ଏହାକୁ ଡବଲ ଡେକର କରିଡ଼ର କରିବା ପାଇଁ ଯୋଜନା ରଖାଯାଇଛି । ପ୍ରଥମ ଫ୍ଲୋର ରାସ୍ତାରେ ୪ ଲେନ୍ ରାସ୍ତା ରହିବ, ତା ଉପର ବା ଦ୍ଵିତୀୟ ଫ୍ଲୋରରେ ମେଟ୍ରୋ ଟ୍ରେନ ଯିବା ପାଇଁ ଟ୍ରାକ ରହିବ । ତଳେ ୬ ଲେନ ରାସ୍ତା, ଏଲିଭେଟେଡ ରାସ୍ତାରେ ୪ ଲେନ ରାସ୍ତାକୁ ମିଶାଇ ୧୦ ଲେନ ରାସ୍ତା ନିର୍ମାଣ କରାଯିବ ।  ଏହା ସହିତ ବାରଙ୍ଗରୁ ପଟିଆ ଷ୍ଟେସନ୍‌ ଛକ ତଥା ଜାତୀୟ ରାଜପଥ-୧୬ ଓ ସୁଆଙ୍ଗ ମୌଜା ଦେଇ ଜଟଣୀକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତା(ଦୟା ୱେଷ୍ଟ କେନାଲ୍‌) ର ଉନ୍ନତୀକରଣ କରାଯିବ । ଏହାଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ଆଉ ରହିବ ନାହିଁ  । ଏହାସହ କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ଼ ପାଇଁ ମଧ୍ୟ ଟେଣ୍ଡର ହୋଇଯାଇଛି ।  ଏହାର କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି ।

Comments are closed, but trackbacks and pingbacks are open.