ପ୍ରମୋଦ ଭଗତ ଙ୍କୁ ପୁରସ୍କାର ସ୍ୱରୂପ ୬କୋଟି ଟଙ୍କା ର ଚେକ ପ୍ରଦାନ କଲେ ରାଜ୍ୟ ସରକାର,ପ୍ରମୋଦ କହିଲେ’ଡେପୁଟୀ କଲେକ୍ଟର ହେବାକୁ ଇଛା ରହିଛି’

24

ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣି ଇତିହାସ ରଚିଥିବା ପ୍ରମୋଦ ଭଗତ ଆଜି ଓଡିଶା ଫେରିଛନ୍ତି I ଓଡିଶା ଫେରିବା ମାତ୍ରେ ଓଡ଼ିଆ ମାଟି ର ସୁନା ପୁଅ ଙ୍କୁ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା I ଏକ ସ୍ୱତନ୍ତ୍ର ଗାଡିରେ ପ୍ରମୋଦଙ୍କୁ ସହର ପରିକ୍ରମା କରାଯାଇଥିଲା । ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଓ ପ୍ରସଂଶକ ବିମାନ ବନ୍ଦରରେ ଭଗତଙ୍କୁ ସ୍ଵଗତ ଜଣାଇଥିଲେ । ନିଜ ମାଟିରେ ଏଭଳି ସମ୍ବର୍ଦ୍ଧନାରେ ସେ ଖୁସିରେ ଆତ୍ମହରା ହେଇଥିବା କହିବା ସହିତ ନିଜ ଗେ।ଲଡ ମେଡାଲକୁ ଓଡିଶା ବାସୀଙ୍କ ଉେଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ ।

ଆଜି ସଂଧ୍ୟାରେ ପ୍ରମୋଦ ଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ପ୍ରମୋଦ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ କ୍ରିଡ଼ାମନ୍ତ୍ରୀ, କ୍ରିଡ଼ା ସଚିବ ଏବଂ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ରାଜ୍ୟ ସରକାର ଙ୍କ ପୂର୍ବରୁ ଘୋଷଣା ଅନୁସାରେ ଏହି ଅବସରରେ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ ଖେଳାଳି ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କରନ୍ତୁ ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ସୂଚନା ଥାଉ କି ଓଡ଼ିଆ ପୁଅ ପ୍ରମୋଦ ଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି I ପ୍ରମୋଦ ଙ୍କୁ ‘ଏ ‘ଶ୍ରେଣୀ ସରକାରୀ ନିଯୁକ୍ତି ସହ ୬ କୋଟି ତାଙ୍କ ପୁରସ୍କାର ପ୍ରଦାନ କରାଯିବା କଥା କହିଥିଲେ I ପୂର୍ବରୁ ଗତ ଜୁଲାଇ ୮ ରେ ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ରେ ପଦକ ବିଜୟୀ ହେଲେ ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରିଥିଲେ I ସ୍ବର୍ଣ୍ଣ ଜିତିଲେ ୬ କୋଟି, ରୌପ୍ୟ ପାଇଁ ୪ କୋଟି, ଓ କାଂସ୍ୟ ପଦକ ପାଇଁ ୨.୫ କୋଟି ଟଙ୍କା ର ପୁରସ୍କାର ରାଶି ରଖିଥିଲେ I ରାଜ୍ୟସରକାର ଙ୍କ ଘୋଷଣା ଅନୁଯାୟୀ ଆଜି ପ୍ରମୋଦ ଙ୍କୁ ୬ କୋଟି ଟଙ୍କା ର ଚେକ ପ୍ରଦାନ କରାଯାଇଛି

ଏହି ଅବସର ରେ ପ୍ରମୋଦ ତାଙ୍କ ପ୍ରସଂଶକ ଓ ଶୁଭେଛୁ ମାନଙ୍କୁ ଆଶ୍ବାସନା ଦେଇଛନ୍ତି କି ଫିଟ୍‌ ଥିବା ଯାଏଁ ମୁଁ ଓଡିଶା ପାଇଁ ଖେଳିବି ଆଉ ଦେଶ ପାଇଁ ଗର୍ବ ଓ ଗୌରବ ଆଣିବି I ଏଥିସହିତ ତାଙ୍କୁ ଦିଆଯିବାକୁ ଥିବା ଚାକିରୀକୁ ନେଇ ସେ କହିଛନ୍ତି ଯେ, ତାଙ୍କର ପୂର୍ବରୁ ‘ଡେପୁଟୀ କଲେକ୍ଟର ହେବାକୁ ଇଛା ରହିଛି’ । ଯଦି ବି ସରକାର ତାଙ୍କୁ କ୍ରୀଡ଼ା ବିଭାଗରେ ନିଯୁକ୍ତି ଦିଅନ୍ତି ତେବେ ବି ସେ ଖୁସି ହେବେ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ।

Leave A Reply

Your email address will not be published.