ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌, ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ନେଇ ଆଲୋଚନା

0 16

ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ କୁ ନେଇ ସରିଛି ସର୍ବଦଳୀୟ ବୈଠକ । ନିର୍ବାଚନ ତାରିଖ ଘୋଷଣା ନେଇ ନିର୍ଦିଷ୍ଟ ଭାବରେ କିଛି ଜଣାପଡି ନ ଥିଲେ ମଧ୍ୟ ଏହି ବୈଠକ ରେ ସମସ୍ତ ଦଳ ର ମତାମତ ଲୋଡ଼ାଯାଇଥିଲା I ତେବେ ନିର୍ବାଚନ ସପକ୍ଷରେ ଅର୍ଥାତ ନିର୍ବାଚନ ହେଉ ବୋଲି ଶାସକ ଦଳ କହୁଥିଲା ବେଳେ କରୋନା ସଂକ୍ରମଣ ଏବଂ ପଛୁଆ ବର୍ଗଙ୍କ ର ସଂରକ୍ଷଣ ତାଲିକା ସଠିକ ଭାବରେ ହୋଇ ନ ଥିବା ଦର୍ଶାଇ ବିରୋଧୀ ବିଜେପି ଦଳ ନିର୍ବାଚନ କୁ ଆଉ ୩ ମାସ ଘୁଞ୍ଚାଇ ଦିଆଯାଉ ବୋଲି କହିଛି I ତେବେ ସିଆଇର ଗାଇଡ଼ଲାଇନକୁ ଆଧାର କରି ଗାଇଡ଼ଲାଇନ୍ ଆସିବ ବୋଲି କହିଥିଲେ ନିର୍ବାଚନ କମିଶନର । ଏ ସମ୍ପର୍କରେ ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ନିର୍ବାଚନ କମିଶନ । ତେଣୁ ନିର୍ବାଚନ ସମ୍ପର୍କରେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ । କୋଭିଡ ଭିତରେ କିଭଳି ନିର୍ବାଚନ କରାଯିବ, ସେନେଇ ଆଲୋଚନା ହୋଇଛି I ତେବେ ରାଜ୍ୟପାଳ ଙ୍କ ସହିତ ଆଲୋଚନା ପରେ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲି ତାରିଖ ଘୋଷଣା ସହ କିଛି ବଡ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ I
ନିର୍ବାଚନ ଦାୟିତ୍ୱରେ ରହିଥିବା ଅଫିସରମାନଙ୍କ ଟିକାକରଣ ଓ ସେମାନେ କିପରି ସଂକ୍ରମଣରୁ ଦୂରେଇ ରହିବେ ସେଥପ୍ରତି ଅଧିକ ଧ୍ୟାନ ଦିଆଯାଇପାରେ । ଏହାସହ ରାଲି, ଶୋଭାଯାତ୍ରା, ସଭାସମିତି ଉପରେ ମଧ୍ୟ କଟକଣା ଲଗାଯାଇପାରେ । ବୁଥ ଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ମଧ୍ୟ ବାଧ୍ୟତାମୂଳକ ରହିପାରେ । ତେବେ କରୋନା ମହାମାରୀ ବେଳେ ପଞ୍ଚାୟତ ନିର୍ବାଚନ ନିହାତି ଭାବେ ପୋଲିସ ଓ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଚ ହେବ ବୋଲିଂ କୁହାଯାଉଛି I ।

Leave A Reply

Your email address will not be published.