ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

29

ଆଜି ସନ୍ଧ୍ୟା ୫ ଟା ରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅପରାହ୍ଣ ସାଢ଼େ ୫ଟାରେ ବୈଠକ ବସିବା ନେଇ ସୂଚନା ଦିଆଯାଇଛି । ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନଫରେନସିଂ ଜରିଆରେ କ୍ୟାବିନେଟ୍‌ ବୈଠକ​‌ରେ ଉପସ୍ଥିତ ରହିବେ । ବସିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । କୁହାଯାଉଛି କି ପାଖାପାଖି ୨୦ଟି ପ୍ରସ୍ତାବ ଉପରେ କ୍ୟାବିନେଟର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ । ଜଳସମ୍ପଦ, ରାଜସ୍ବ, ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ସୂଚନା ଓ ପ୍ରଯୁକ୍ତି, ସ୍ବାସ୍ଥ୍ୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବମାନ ରହିଛି। ଏହାବାଦ୍ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେତେକ କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ସହିତ ଆଇଟି କ୍ଷେତ୍ରକୁ ସୁଦୃଢ଼ୀକରଣ କରିବା ଲାଗି ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାଯାଇଛି।

Comments are closed, but trackbacks and pingbacks are open.