ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ରାଜ୍ୟ ବିଜେପି

0 23

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରାଯାଇଛି ।
ରାଜ୍ୟ ବିଜେପିର ଘୋଷଣା ଅନୁଯାୟୀ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା କରାଯିବ । ମୋଦି ସରକାର ପଠାଉଥିବା ଟଙ୍କାର ସଠିକ ଭାବରେ ବିନିଯୋଗ ହେଉଛି କି ନାହିଁ ତାହା ଜଗିବ ରାଜ୍ୟ ବିଜେପି ।ଏହା ଫଳରେ ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ କୁ ରୋକାଯାଇ ପାରିବ । ଏହି ହରିଲୁଟ ପାଇଁ ସିଧା ସଳଖ ବିଜେଡି ଆଡକୁ ଆଙ୍ଗୁଳି ନିର୍ଦେଶ କରିଛି ବିଜେପି । ସେହିଭଳି ପଞ୍ଚାୟତ ବ୍ଲକରୁ ପିସି କାରବାର ରେ ପୂର୍ଣ୍ଣଚ୍ଛେଦ ପଡିବ । ପ୍ରତି ଗାଁରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାକୁ ନିଶ୍ଚିିତକରିଛି ବିଜେପି । ଏହା ସହିତ ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ କରାଯିବ । ସେହିଭଳି ମଣ୍ଡି ବ୍ୟବସ୍ଥାକୁ ସୁଦୁଢ କରାଯିବ, ମହିଳା ଶସକ୍ତିକରଣ କରାଯିବ, ପ୍ରତ୍ୟେକ ପଞ୍ଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ । ଏହା ସହିତ ମନେରଗାରେ ମେସିନ ନୁହେଁ ଶ୍ରମିକମାନେ କାମ କରିବେ ଓ ନିର୍ଦ୍ଧାରିତ ମଜୁରୀ ମିଳୁଛି କି ନାହିଁ ତାହା ସୁନିଶ୍ଚିତ କରିବ ବିଜେପି । ଷ୍ଟ୍ରିଟ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଲନା ଉପରେ ନିର୍ବାଚନୀ ଇସ୍ତାହାରରେ ବିଜେପି ଜୋର ଦେଇଛି ।

Leave A Reply

Your email address will not be published.