ଶିକ୍ଷୟିତ୍ରୀ ନିଖୋଜ ମାମଲା : ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଇସ୍ତଫା ଦାବି କଲା ରାଜ୍ୟ ବିଜେପି

16

ମହାଲିଙ୍ଗ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଇସ୍ତଫା ଦାବି କଲା ରାଜ୍ୟ ବିଜେପି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି-“ମହିଳା ମୋର୍ଚ୍ଚାର ଏକ ଟିମ୍‌ ଘଟଣାସ୍ଥଳକୁ ଯିବ। କାଲି ୫ ଜଣିଆ ପ୍ରତିନିଧି ଦଳ ୨ ଦିନିଆ କଳାହାଣ୍ଡି ଗସ୍ତ କରିବ। ମମିତାଙ୍କ ଘର, ଥାନା ଓ କଲେଜ ଯିବ ପ୍ରତିନିଧି ଦଳ।”

ଅନ୍ୟପକ୍ଷରେ ଘଟଣାକୁ ନେଇ ମମିତା ମେହେରଙ୍କ ବଡ଼ବାପା କୌଶିକ ମେହେର ଆଜି ଚାଞ୍ଚଲ୍ୟ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ୯ ତାରିଖରେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ପୁଲିସ ମାମଲା ରଖି ନଥିବା। ଏହା ପରେ ଆମେ ଗୋବିନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଛନ୍ତି, କିଛି ଅସୁବିଧା ହେବନି କହିଥିଲେ ଗୋବିନ୍ଦ।”

ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ କୌଶିକ ମେହେର କହିଛନ୍ତି-“ପୁଲିସ ମୁହଁ ନ ଖୋଲିବାକୁ କହିଥିଲା।ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି କହିଥିଲା ପୁଲିସ। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିଲା।”

ତେବେ ଏହି ଘଟଣା ର ମୁଖ୍ୟ ସହଯୋଗୀ ତଥା ମନ୍ତ୍ରୀ ଙ୍କସହ ଘନିଷ୍ଠ ଥିବା ସ୍କୁଲ ସଭାପତି ଗୋବିନ୍ଦ ସାହୁ ଗତକାଲି ଟିଟିଲାଗଡ଼ ପୋଲିସ ବ୍ୟାରେକ ରୁ ଚମ୍ପଟ ମାରିଥିଲା I ଆଜି ପୋଲିସ ପକ୍ଷରୁ ତାର ଅନୁସନ୍ଧାନ ପାଇଁ ପ୍ରଥମେ ୨୦ ହଜାର ଓ ପରେ ପୁଣି ଏକ ଲକ୍ଷ ଟଙ୍କା ର ପୁରସ୍କାର ରାଶି ଘୋଷଣା ହୋଇଥିଲା ଇ ପରିଶେଷରେ ଆଜି ସନ୍ଧ୍ୟାବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜଣେ ସମ୍ପର୍କୀୟ ଙ୍କ ଆଖୁ ବାଡ଼ି ରୁ ପୋଲିସ ଦ୍ୱାରା ଗିରଫ ହୋଇଛି I ସେହିପରି ଗୋବିନ୍ଦ ସାହୁ ଗିରଫ ହେବାପରେ ମହାଲିଙ୍ଗ ସ୍କୁଲ ଷ୍ଟାଡିୟମ ପରିସର ରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ଶବ କାହାର ବୋଲି ଚିହ୍ନଟ ହୋଇ ପାରିବ ବୋଲି ପୋଲିସ ପ୍ରକାଶ କରିଛି I

Leave A Reply

Your email address will not be published.