ମହା ଶିଵରାତ୍ରୀରେ ଏହି ୪ ଟି ରାଶି ଉପରେ ରହିବ ଭଗବାନ ଶିବଙ୍କର ବିଶେଷ କୃପା,ସମସ୍ତ ଇଛା ହେବ ପୂରଣ

16

ପ୍ରଭୁ ଭୋଳାନାଥ ଅତ୍ୟନ୍ତ କୃପାଳୁ I ପ୍ରଭୁ ପ୍ରସନ୍ନ ହେଲେ ତାଙ୍କ କୃପାରୁ ଜୀବନର ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଥାଏ I ମିଳିବ I ଏହି ଶିବରାତ୍ରୀରେ ମଧ୍ୟ ସେହି ଭଳି ଏକ ଖାସ ଯୋଗ ସୃଷ୍ଟି ହେଉଛି I ୪ ଟି ରାଶି ଉପରେ ଶିବଶଙ୍କର ଅଶେଷ କୃପା ରହୁଛି I ମହା ଶିଵରାତ୍ରୀରେ ଏହି ରାଶିର ବ୍ୟକ୍ତିମାନେ ଭୋଳାନାଥ ଙ୍କୁ କରନ୍ତୁ ସନ୍ତୁଷ୍ଟ ଜୀବନ ସୁଖମୟ ହେବ I

ମେଷ :ଭଗବାନ ଶିବଶଙ୍କର ସର୍ବଦା ମେଷ ରାଶିର ଲୋକଙ୍କ ପ୍ରତି ଦୟାଳୁ ଥାନ୍ତି I ତେଣୁ, ଏହି ରାଶିର ଲୋକମାନେ ସର୍ବଦା ଶିବଙ୍କ ଆରାଧନା କରିବା ଉଚିତ୍ ଏବଂ ଶିବଲିଙ୍ଗରେ ଜଳ ଢ଼ାଳିବା ଉଚ୍ଚିତ I ମହାଶିବରାତ୍ରୀ ଦିନ ଆପଣ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତୁ ଏହା ସହିତ ନିଜର ମନୋସ୍କାମନା ନିଶ୍ଚୟ ପୂରଣ ହେବ I

ବୃଷ :ବୃଷ ରାଶିର ସ୍ୱାମୀ ହେଉଛନ୍ତି ହେଉଛନ୍ତି ଶୁକ୍ର। ଶୁକ୍ର ହେଉଛନ୍ତି ଭୋଳାନାଥ ଙ୍କର ପ୍ରଚଣ୍ଡ ଭକ୍ତ I ତେଣୁ, ଏହି ମହାଶିବରାତ୍ରୀରେ ଭୋଳାନାଥଙ୍କୁ ପୂଜା କରିବା ଦ୍ୱାରା ଆପଣ ଅଶେଷ କୃପା ପ୍ରାପ୍ତି ହେବେ I ଏହା ସହିତ ବିବାହିତ ମାନଙ୍କ ପାଇଁ ସନ୍ତାନ ସୁଖ ରହିଛି I

ମକର :ମକର ରାଶିର ବ୍ୟକ୍ତି ମାନଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କ ଦ୍ୱାରା ଆଶୀର୍ବାଦ ରହିଥାଏ I ଏହି ରାଶିର ବ୍ୟକ୍ତି ମାନେ ପ୍ରତିଦିନ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍ I ଏହା ସେମାନଙ୍କ ଜୀବନ କୁ ସଫଳ ଏବଂ ସୁଖମୟ କରିଥାଏ I ଶିବରାତ୍ରି ଦିନ ଶିବଙ୍କୁ ଜଳାଭିଷେକ ସହିତ ବେଲପତ୍ର ଚଢାଇ ଭକ୍ତି ସହକାରେ ପୂଜାର୍ଚ୍ଚନା କରନ୍ତୁ ,ଜୀବନରେ ସମସ୍ତ କଷ୍ଟ ଦୂର ହୋଇ ଜୀବନ ଆନନ୍ଦିତ ହେବ I

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପ୍ରତି ଭୋଳାନାଥ ସର୍ବଦା ଦୟାଳୁ ଥାନ୍ତି I କାରଣ ଏହି ରାଶିର ସ୍ୱାମୀ ହେଉଛନ୍ତି ଶନି ଦେବ I ଆପଣ ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ସହିତ ସୋମବାର ଦିନ କ୍ଷମତା ଅନୁଯାୟୀ ଦାନ ଦକ୍ଷିଣI ଦିଅନ୍ତୁ I ଜୀବନରେ ଅପାର ଧାନ ଜନ ପ୍ରାପ୍ତ ହୋଇ ସୁଖ ବୃଦ୍ଧି ହେବ I ଏହାସହିତ ଏହି ମହାଶିବତ୍ରୀ ଦିନ ଶିବଙ୍କୁ ବେଲପତ୍ର ଚଢାଇ ଅଭିଷେକ କରନ୍ତୁ I ସୌଭାଗ୍ୟ ପ୍ରାପ୍ତ ହେବ I

ଭୋଳାନାଥ ଙ୍କ ପୂଜା ପାଇଁ ଯଦି କୌଣସି ଜିନିଷ ନ ଥାଏ ,ତେବେ ଆପଣ ଖାଲି ଗଙ୍ଗା ଜଳ ଅର୍ପଣ କରି ମଧ୍ୟ ଶିବଶଙ୍କର ଙ୍କୁ ପ୍ରସନ୍ନ କରି ପାରିବେ I ତେଣୁ ପ୍ରତ୍ୟକ ସୋମବାର ଭଗବାନ ଶିବ ଙ୍କୁ ଗଙ୍ଗାଜଳ ଅର୍ପଣ କରନ୍ତୁ ପ୍ରଭୁ ପ୍ରସନ୍ନ ହୋଇ ଜୀବନ କୁ ସୁଖମୟ କରିବେ I

Comments are closed, but trackbacks and pingbacks are open.