ରାଜ୍ୟରେ ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

15

ଆସନ୍ତା ନଭେମ୍ବର ୧୫ ତାରିଖରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଏହାପୂର୍ବରୁ ରାଜ୍ୟରେ କେବଳ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରୁଥିଲେ । ହେଲେ ଏବେ ଷଷ୍ଠରୁ ଦଶମ ଶ୍ରେଣୀ ପିଲା ସ୍କୁଲ ଯିବେ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ହେଲେ ପ୍ରାଥମିକ ଶ୍ରେଣୀ ଖୋଲିବା ନେଇ ଏବେ ବିଚାରବିମର୍ଶ ଚାଲିଥିବା ମନ୍ତ୍ରୀ କହିଥିଲେ । ତେବେ ପୂର୍ବଭଳି ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲା କୋଭିଡ୍ ଗାଇଡଲାଇନ୍ ପାଳନ କରି ସ୍କୁଲକୁ ଯିବେ ।

Leave A Reply

Your email address will not be published.