ଦୀର୍ଘଦିନ ଧରି ଫେରାର ପରେ ଝାଡଖଣ୍ଡରୁ ଗିରଫ ହେଲେ ବର୍ଷିଆନ ମାଓ ଦମ୍ପତି

21

ଦୀର୍ଘଦିନ ଧରି ଫେରାର ରହିବା ପରେ ଝାଡଖଣ୍ଡରୁ ଗିରଫ ହେଲେ ବର୍ଷିଆନ ମାଓ ଦମ୍ପତି ।ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କୁ ଶେଷରେ ଗିରଫ କରିଛି ଝାରଖଣ୍ଡ ପୁଲିସ୍‌ । ୭୫ ବର୍ଷୀୟ କିଷନଙ୍କ ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ସିପିଆଇ ପଲିଟିବ୍ୟୁରୋ ରେ ପ୍ରଶାନ୍ତ ସଦସ୍ୟ ଥିବାବେଳେ ପତ୍ନୀ ଶିଲା କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ ।
୭୫ ବର୍ଷୀୟ କିଶନ ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଖରାପ ରହିଥିବା କୁହାଯାଉଛି। କିଶନ ଦା’ ବ୍ୟବତୀତ ପ୍ରଶାନ ବୋଷ ନିର୍ଭୟ, କଜଲ ଓ ମହେଶ ନାଁ ମଧ୍ୟ ପରିଚିତ। କିଶନ ଦା’ ଓ ଶିଲାଙ୍କ ଅବସ୍ଥିତି ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ମାଓ ଦମ୍ପତିଙ୍କୁ ଗିରଫ କରିବା ପରେ ରାଞ୍ଚିରେ ଚାଲିଛି ପଚରାଉଚରା ।

Leave A Reply

Your email address will not be published.