ଦୀପାବଳିରେ କାଳୀପୂଜା ହେବାର ରହସ୍ୟ

62

ଆମ ଦେଶରେ ଆଲୋକର ପର୍ବ ଦୀପାବଳିକୁ ଖୁବ୍‌ ଧୁମଧାମରେ ପାଳନ କରାଯାଏ। ଏହି ଦିନ ମଧ୍ୟ ପାଳିତ ହୁଏ କାଳୀପୂଜା। ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ। ତେବେ ପ୍ରଥମେ ଜାଣିବା ସାରା ଦେଶରେ କାହିଁକି ଏପରି ପୂଜା କରାଯାଏ ? ଏଠାରେ କହିରଖୁଛୁ ଯେ, ପାର୍ବଣ କହିଲେ କେବଳ ଦୁର୍ଗାପୂଜାକୁ ବୁଝାଏ ନାହିଁ କାଳୀପୂଜା ମଧ୍ୟ ତାହା ମଧ୍ୟରେ ଅନ୍ତର୍ଭୁକ୍ତ ଅଟେ । ଶାସ୍ତ୍ର ଅନୁସାରେ ଯେଉଁ ସମୟରେ ସ୍ୱର୍ଗରେ ଅଶୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା ସେହି ସମୟରେ ଦେବୀ ଦୁର୍ଗା ଆର୍ବିଭାବ ହୋଇଥିଲେ । ଏହାପରେ ସମସ୍ତ ଦେବାଦେବୀଙ୍କ ଶକ୍ତିକୁ ନେଇ ଦେବୀ ଅସୁରମାନଙ୍କ ସହ ଲଢିଲେ । ଶେଷରେ ମହିଷାସୁରକୁ ବଦ୍ଧ କରିବା ପରେ ଦୁର୍ଗା ଥକି ପଡିଥିଲେ । ତେଣୁ ମା’ଙ୍କର କେଶ ଅଡୁଆ ହୋଇ ପଡିଥିଲା । ଶାସ୍ତ୍ର ଅନୁସାରେ ଦୁର୍ଗାଙ୍କ କେଶରୁ ହିଁ କାଳୀଙ୍କର ଆବିର୍ଭାବ ହୋଇଥିଲା । ପରେ କାଳୀ ଭୟଙ୍କର ଭାବରେ କ୍ରୋଧାନ୍ୱିତ ହୋଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ କାହାରି ପାଖରେ କୌଣସି ବିଦ୍ୟା ନଥିଲା।

ଗୋଟିଏ ପରେ ଗୋଟିଏ ଅସୁରର ମୁଣ୍ଡ କାଟିବା ସହ ତାଙ୍କ ମାଳକୁ ବେକରେ ପିନ୍ଧିଥିଲେ ମା’ । ଏପରି କରାଳ ରୂପ ଦେଖି ସ୍ୱୟଂ ଭଗବାନ ଶିବ ମଧ୍ୟ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଥିଲେ । ଶେଷରେ ମା’ଙ୍କୁ ଶାନ୍ତ କରିବା ପାଇଁ ଅନ୍ଧାରରେ ଶିବ ଏକ ସ୍ଥାନରେ ଶୋଇ ରହିଥିଲେ । ପରେ ମା’ ଉଗ୍ରମୁଖା ହୋଇ ଗଲା ବେଳେ ଅନ୍ଧାର ହୋଇଥିବା କାରଣରୁ ସ୍ୱାମୀଙ୍କ ଉପରେ ଚଢିଯାଇଥିଲେ । ପରେ ଯେତେବେଳେ ଦେଖିଲେ ନିଜ ସ୍ୱାମୀର ଛାତି ଉପରେ ଗୋଡ ରଖିଛନ୍ତି ତାହା ପରେ ଜିଭ କାମୁଡି ଦେବା ସହ ଶାନ୍ତ ହୋଇପଡିଥିଲେ । ଏହାପରେ ସେହି ସମୟରେ ମା’ଙ୍କୁ ଅନେକ ବିଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେହି ଦିନଠାରୁ ହିଁ ମା’ଙ୍କର ପୂଜାର୍ଚ୍ଚନା କାର୍ତିକ ମାସ ଆମାବାସ୍ୟାରେ କରାଯିବାର ବିଧି ରହିଛି। ତେବେ ଅନେକ ଲୋକ ଭାବନ୍ତି ଯେ, ଦୀପାବଳୀରେ କାହିଁକି କାଳୀଙ୍କୁ ପୂଜା କରାଯାଏ। କାରଣ ସେହି ଦିନ ରାବଣକୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ରାମଙ୍କୁ ସ୍ୱାଗତ କରିବା ସ୍ଥାନୀୟ ଲୋକମାନେ ନିଜ ନିଜ ଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ । ସେହି ଦିନ କାଳୀ ମଧ୍ୟ ଶାନ୍ତ ହୋଇଥିଲେ । ତେଣୁ ଏପରି ପୂଜା କରିବାର ବିଦ୍ଧି ରହିଥିବା ଜଣାଯାଏ । ବର୍ତ୍ତମାନ ସମୟରେ ଭାରତରେ ଅନେକ ସ୍ଥାନରେ କାଳୀପୂଜା ବଡ ଧୁମଧାମରେ ପାଳନ କରାଯାଉଛି ।

Comments are closed, but trackbacks and pingbacks are open.