ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ

22

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଅସଲି ଦ୍ୱିତୀୟ ପତ୍ନୀ ଗିରଫ ହୋଇଛନ୍ତି I ଡାକ୍ତରଙ୍କ ଦ୍ଵିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡ ରୁ ଗିରଫ କରିଛି କମିଶନରେଟ୍ ପୋଲିସର । ରାଜ୍ୟ ବାହାରୁ ଗିରଫ କରାଯାଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ଡାକ୍ତର ପତ୍ନୀ କମଳା ଗୁଜରାଟର ଜାମନଗରରେ କାମ କରୁଥିଲେ । ରମେଶଙ୍କ କାରନାମା ପ୍ରଘଟ ପରଠାରୁ କମଳା ଫେରାର ଥିଲେ । ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । ବହୁ ପତ୍ନୀକ ରମେଶ ୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ । ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ I ରମେଶ ଙ୍କ ବହୁ ବିବାହରେ କେବଳ ଦ୍ଵିତୀୟ ପତ୍ନୀ ଙ୍କ ହାତ ନୁହେ ଏଥିରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ପୁରା ମାତ୍ରାରେ ସଂଶ୍ଲିଷ୍ଟ ଥିଲେ I ଏହାସହିତ ରମେଶ ଲୁଟ କରୁଥିବା ଟଙ୍କା ପଇସା ଗହଣା ଗାଣ୍ଠି କୁ ନିଜ ନିଜ ଭିତରେ ଭାଗ କରି ନେଉଥିଲେ I ପୂର୍ବରୁ ତାଙ୍କ ଭଉଣୀ ଓ ଡ୍ରାଇଭର ଗିରଫ ହୋଇସାରିଛନ୍ତି I

Comments are closed, but trackbacks and pingbacks are open.