ପୁରୀରେ ହେବେ ଦ୍ୱିତୀୟ ରାଜୁ ଦାସଙ୍କ ରିପିଟ୍ !

22

ପୁରୀରେ ହେବେ କି ଦ୍ୱିତୀୟ ରାଜୁ ଦାସଙ୍କ ରିପିଟ୍ ? ପଦାରେ ପଡୁଛି ପୁରୀ ବିଜେଡି ଫାଟ ! ମହେଶ୍ୱର ଶୁଭାଶିଷ ହେବେ ୨୪ ପାଇଁ କାଳ ! ସରଗରମ ହେଉଛି ପୁରୀ ରାଜନୀତି । କାହାର ଟିକେଟ୍ କଟିବ କାହାର ଟିକେଟ୍ ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଦିନ କୁ ଦିନ ବଦଳୁଛି ରାଜନୈତିକ ମୋଡ । ଆଗକୁ ୨୪ ସାଧାରଣ ନିର୍ବାଚନ ଥିବା ବେଳେ ନେତାଙ୍କର ଦଳ ବିରୋଧୀ ଆଚରଣ ଦଳ ପାଇଁ ବୁମେରାଂ ହୋଇପାରେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି ଫାଟ ।

୨୦୨୪ ନିର୍ବାଚନ ପଖଉ ଥିବାବେଳେ ଏବେଠୁ ଟିକେଟ ପାଇଁ ଆରମ୍ଭ ହୋଇଗଲାଣି କସରତ । ପତିଆରା ଜାହିର ପାଇଁ ନେତା ଭୁଲିଗଲେଣି ଦଳୀୟ ଅନୁଶାସନ । ଭିନ୍ନଭିନ୍ନ ଗୋଷ୍ଠୀଙ୍କ ଭିନ୍ନଭିନ୍ନ ସଭା ଓ ଭିନ୍ନଭିନ୍ନ କାର୍ଯ୍ୟକ୍ରମ । ଏଭଳି ଦେଖିବାକୁ ମିଳିଛି ଗତକାଲି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ । ପୁରୀରେ ବିଜେଡି ଦୁଇ ଫାଳ ହୋଇଛି ବୋଲି ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଗତକାଲି ଏହା ସଫା ସଫା ଦେଖିବାକୁ ମିଳିଛି ।

ଜିଲ୍ଲା ବିଜେଡି ସଭାପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ପୃଥକ ପୃଥକ ଭାବେ ବିଜୁ ଜୟନ୍ତୀ ପାଳନ କରିଛନ୍ତି । ତେବେ ଆଗକୁ ଦେଖିବାକୁ ବାକି ରହିଲା ବିଜେଡି କେମିତି ମ୍ୟାନେଜ କରୁଛି ପୁରୀର ଦଳୀୟ କନ୍ଦଳ ।

Comments are closed, but trackbacks and pingbacks are open.